ସମସ୍ତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଡିସେମ୍ବର ୨୦୧୮ ସୁଦ୍ଧା ଖୋଲା ଶୌଚମୁକ୍ତ ହେବ
ଆସାମର ଗୌହାଟୀଠାରେ ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଖୋଲାରେ ଶୌଚରୁ ମୁକ୍ତି, କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଗ୍ରାମୀଣ ଜଳଯୋଗାଣର ସ୍ଥିତି ନେଇ ଆଲୋଚନା କରାଯାଇଥିଲା । ହିମାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଏବଂ ସିକ୍କିମର ଟିମ ସମୀକ୍ଷାରେ ଭାଗ ନେଇଥିଲେ ।
ଏହି ଅବସରରେ ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟର ସଚିବ ଶ୍ରୀ ପରମେଶ୍ୱର ଆୟାର ଏ ଦିଗରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଲୋକମାନଙ୍କ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଲାଗି ଲଗାତାର ଧ୍ୟାନ ଦିଆଯିବା ସହିତ ଏଦିଗରେ ଲୋକମାନଙ୍କ ସହ ଯୋଗାଯୋଗ କରାଯିବାର ଆବଶ୍ୟକ ରହିଛି । ସେ କହିଥିଲେ ଯେ ସ୍ୱଚ୍ଛତା ଅଭ୍ୟାସକୁ ଗତ କିଛି ବର୍ଷ ଧରି ବିକଶିତ କରାଯାଇଛି ଏବଂ ଆଗକୁ ଏହାକୁ ମଧ୍ୟ ଜାରି ରଖିବା ଗୁରୁତ୍ୱପୂର୍ଣ୍ଣ ।
ଖୋଲରେ ଶୌଚରୁ ମୁକ୍ତ ରାଜ୍ୟର ଦଳଗୁଡ଼ିକ ନିଜର ପ୍ରୟାସ ବିଷୟରେ କହିଥିଲେ । ସିକ୍କିମ ଦେଶର ପ୍ରଥମ ଖୋଲା ଶୌଚ ମୁକ୍ତ ରାଜ୍ୟ ଅଟେ । ରାଜ୍ୟର ଦଳ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରୟାସର ସୂଚନା ଦେଇଥିଲେ ।
ଯେଉଁ ରାଜ୍ୟ ଖୋଲା ଶୌଚମୁକ୍ତ ହୋଇନାହାନ୍ତି, ସେମାନେ ପ୍ରତିବଦ୍ଧତା ଜାହିର କରିଥିଲେ ଯେ ସେମାନେ ଡିସେମ୍ବର ୨୦୧୮ ସୁଦ୍ଧା ଖୋଲା ଶୌଚ ମୁକ୍ତ ହୋଇଯିବେ । ଆସାମ ପକ୍ଷରୁ ‘ମିଶନ ସମ୍ଭବ’’ ଅଭିଯାନ ବିଷୟରେ ଉଲ୍ଲେଖ କରାଯାଇଥିଲା । ଏହା ମାଧ୍ୟମରେ ସ୍ୱଚ୍ଛତା ହି ସେବା ପକ୍ଷ ଅବସରରେ ଗୋଟିଏ ଦିନରେ ୧ ଲକ୍ଷ ଶୌଚାଳୟ ନିର୍ମାଣ ପାଇଁ ଗାତ ଖୋଳାଯିବା କାର୍ୟ୍ୟ କରାଯାଇଥିଲା ।
ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟର ସ୍ୱତନ୍ତ୍ର ପ୍ରକଳ୍ପ ମହାନିର୍ଦ୍ଦେଶକ ଶ୍ରୀ ଅକ୍ଷୟ ରାଉତ କହିଥିଲେ ଯେ ଏହି ଦିଗରେ ପ୍ରୟାସଗୁଡ଼ିକୁ ଲଗାତାର ଜାରି ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ ଏବଂ ଏହାର ନିୟମିତ ଅନୁଧ୍ୟାନ କରାଯିବା ଆବଶ୍ୟକ ।
ସମୀକ୍ଷା ବୈଠକ କାଳରେ ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ୟ୍ୟକ୍ରମ (ଏନଆରଡିଡବ୍ଲୁପି) ପାଇଁ ଏକ ସମାନ୍ତରାଳ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଶ୍ରୀ ଭି. ରାଧା କହିଥିଲେ ଯେ କମ ଖର୍ଚ୍ଚରେ ପ୍ରତି ଘରକୁ ପାନୀୟ ଜଳଯୋଗାଣର ପ୍ରସାର ବୃଦ୍ଧି କରିବାର ଆବଶ୍ୟକତା ରହିଛି ।
ଏହି ସମୀକ୍ଷା ବୈଠରେ ଉପ ମହାନିର୍ଦ୍ଦେଶକ ହିରଣ୍ୟ ବୋରା, ଯୁଗ୍ମ ସଚିବ ସମୀର କୁମାର ଏବଂ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକର ମିଶନ ନିର୍ଦ୍ଦେଶକମାନେ ଭାଗ ନେଇଥିଲେ ।
ଆସାମର ଉପ ଆୟୁକ୍ତ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ରୀୟ ଟିମ ସହ ଆଲୋଚନା କରିଥିଲେ । ବୈଠକ ପରେ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଂଚଳର ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ସହିତ ବାର୍ତ୍ତାଳାପ କରାଯାଇଥିଲା ।