Jagaran ଦେଶ-ବିଦେଶ ମହାକାଶରେ ୩୪୦ ଦିନ ବିତାଇବା ପରେ ଫେରିଲେ କେଲୀ, ବଦଳିଗଲା ଡିଏନଏ By odishanext Last updated Apr 14, 2019 0 2,159 Share ୱାସିଂଟନ: ମହାକାଶରେ ଏକ ବର୍ଷ ବିତାଇଥିବା ନାସାର ଅନ୍ତରୀକ୍ଷ ଯାତ୍ରୀ ସ୍କଟ କେଲୀଙ୍କ ଶରୀର ଆଗ ପରି ଆଉ ରହୁନାହିଁ । ତାଙ୍କର ଶରୀରରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସେ ପୃଥିବୀ ପରିକ୍ରମା କରୁଥିବା ବେଳେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ୩୪୦ ଦିନ ବିତାଇଥିଲେ । ସେ ତିନି ବର୍ଷ ପୂର୍ବେ ପୃଥିବୀକୁ ଫେରିଥିଲେ । ନାସାର କର୍ମଚାରୀମାନେ କହିଛନ୍ତି, କକ୍ଷରେ ରହିବା ସମୟରେ କେକେଲୀଙ୍କର ଶରୀରରେ କିଛି ପରିବର୍ତ୍ତନ ଆସିଛି । ତାଙ୍କର କିଛି କୋଷିକାଗୁଡିକରେ ଡିଏନଏରେ ପରିବର୍ତ୍ତନ ହୋଇଯାଇଛି । ତାଙ୍କର ପ୍ରତିରୋଧକ ପ୍ରଣାଳୀରେ ନୂତନ ସିଙ୍ଗଲୋର ଉତ୍ପତ୍ତି ହୋଇଛି ଓ ଶରୀରରେ କିଛି ନୂଆ ପ୍ରକାର ବ୍ୟାକ୍ଟେରିଆ ଦେଖାଯାଇଛି । ସେଥି ମଧ୍ୟରୁ କିଛି ଶରୀରିକ ପରିବର୍ତ୍ତନରେ କ୍ଷତି ପହଂଚାଇପାରିବେ ନାହିଁ ଓ ପୃଥିବୀକୁ ଆସିଲା ପରେ ତାହା ଦୂର କିଛି ବୈଜ୍ଞାନିକ ମାନଙ୍କର କହିବା ଅନୁଯାୟୀ ଏହି ବିପଦକୁ ନିୟନ୍ତ୍ରଣ କରାଯାଇପାରିବ । ଏହା ଛଡା କେତେକ ଏହି କଥାକୁ ନେଇ ପ୍ରଶ୍ନ ଉଠାଉଛିନ୍ତି ଯେ ମହାକାଶ ଯାତ୍ରୀମାନଙ୍କ ପାଇଁ ମଙ୍ଗଳ ଗ୍ରହ ବା ମହାକାଶରେ ଅଧକ ସମୟ ପର୍ଯ୍ୟନ୍ତ ରହିବା ସୁରକ୍ଷିତ ହେବ । ଏହାର ଉତ୍ତର ମହାକାଶ ଯାତ୍ରୀମାନଙ୍କ ଉପରେ ହେବାକୁ ଥିବା ଅଧ୍ୟୟନର ଫଳାଫଳ ଉପରେ ନିର୍ଭର କରିବ । ଇଣ୍ଟରନ୍ୟସନାଲ ସ୍ପେସ ଷ୍ଟେସନରେ ରହିଥିଲେ ୩୪୦ ଦିନ ୫୫ ବର୍ଷୀୟ କେଲୀ ଆମେରିକା ନୌସେନାରେ କେପଟେନ ଥିଲେ । ସେ ଆଉ ତାଙ୍କ ଭାଇ ମାର୍କ ୧୯୯୫ରେ ନାସାରେ ଯୋଗ ଦେଇଥିଲେ ଓ ଅନ୍ତରୀକ୍ଷ ଯାତ୍ରୀ ହୋଇଥିଲେ । ଅନ୍ତରୀକ୍ଷରେ ଗୋଟିଏ ବର୍ଷ ପରୀକ୍ଷା ପାଇଁ କେଲୀଙ୍କୁ ୨୭ ମାର୍ଚ୍ଚ, ୨୦୧୫ରେ ଅନ୍ୟ ଏକ ଅନ୍ତରୀକ୍ଷ ଯାତ୍ରୀ ସହିତ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯାଇଥିଲେ । ସେ ମାର୍ଚ୍ଚ ୧ରେ ୨୦୧୬ରେ ପୃଥିବୀକୁ ଫେରିଥିଲେ । ଏହି ସମୟରେ ସେ ଷ୍ଟେସନରେ ୩୪୦ ଦିନ ଅତିବାହିତ କରିଥିଲେ । ସେ ୧୨ ମାର୍ଚ୍ଚ, ୨୦୧୬ରେ ନାସାରୁ ଅବସର ନେଇଥିଲେ । 0 2,159 Share