ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ।

0 565

ନୂଆଦିଲ୍ଲା  —  ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ ହୋଇଛି ।କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତରା ଆବାସ ନକଭୀ ଏହାର ଉଦ୍‌ଘାଟନ କରିଛନ୍ତି  । ଏହି ଅବସରରେ ନକଭୀ କହିଲେ ଯେ, ଏହି ଆପ୍ ଗରିବ ଓ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ସହଜରେ ବିନା ବାଧାରେ ବୃତ୍ତି ପାଇପାରିବେ ସେ ଦିଗରେ ସହାୟକ ହୋଇପାରିବ । ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ଜରିଆରେ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତର (ଊଈଞ) ପ୍ରକ୍ରିୟାରେ ହିତାଧିକାରୀ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ସିଧାସଳଖ ବୃତ୍ତି ଅର୍ଥ ଟ୍ରାନ୍ସଫର ହେଉଥିବାରୁ କୌଣସି ପ୍ରକାର ଜାଲିଆତିର ସମ୍ଭାବନା ନାହିଁ ବୋଲି ସେ କହିଥିଲେ ।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନକଭୀ କହିଲେ ଯେ, ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ ଛାତ୍ରଛାତ୍ରୀଙ୍କ ପାଇଁ ସୁବିଧା ଆଣିଦେବ ଏବଂ ସ୍ୱଚ୍ଛତାର ସହ ବୃତ୍ତି ପ୍ରଦାନ କରିବାରେ ସହାୟକ ହେବ । ଏହା ବିଭିନ୍ନ ଦିଗରୁ ପିଲାଙ୍କୁ ସହାୟତା କରିବ । ଏହି ମୋବାଇଲ ଆପରେ ବିଭିନ୍ନ ପ୍ରକାର ବୃତ୍ତି ସମ୍ପର୍କରେ ଛାତ୍ରଛାତ୍ରୀମାନେ ସୂଚନା ପାଇପାରିବେ । ଘରେ ବସି ସେମାନେ ସେହି ବୃତ୍ତି ପାଇଁ ଆବେଦନ କରିପାରିବେ । ମୋବାଇଲ ଆପରେ ପିଲାମାନେ ଆବଶ୍ୟକ ଡକୁମେଣ୍ଟ ଅପଲୋଡ କରିପାରିବେ । ଆବେଦନ ପତ୍ରର ସ୍ଥିତି ଏବଂ ବୃତ୍ତି ଅର୍ଥ ଟ୍ରାନ୍ସଫର ସମ୍ପର୍କରେ ମଧ୍ୟ ସେମାନେ ଏହି ମୋବାଇଲ ଆପରୁ ଅବଗତ ହୋଇପାରିବେ । ବିଶେଷ କରି ଦୁର୍ଗମ, ପାହାଡ଼ିଆ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏହାଦ୍ୱାରା ବେଶୀ ଫାଇଦା ପାଇବେ ।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନକଭୀ କହିଲେ ଯେ, ସଂଖ୍ୟାଲଘୁ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଭାବେ ଅନଲାଇନ ହୋଇପାରିଛି ଏବଂ ବିନା ମଧ୍ୟସ୍ଥି ଓ ଦଲାଲଙ୍କ ଭୂମିକାରେ ପ୍ରତ୍ୟେକ ଯୋଜନାର ଫାଇଦା ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁଛି । ମନ୍ତ୍ରୀ କହିଥିଲେ ଯେ, ବିଗତ ଚାରି ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ‘ବିନା ତୋଷମଦିରେ ସଶକ୍ତିକରଣ’ ନୀତି ଯୋଗୁ ସଂଖ୍ୟାଲଘୁ ଗରିବ ଓ ଦୁର୍ବଳ ବର୍ଗର ୩ କୋଟି ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ବୃତ୍ତି ଯୋଜନାରୁ ଫାଇଦା ପାଇପାରିଛନ୍ତି । ଏହି ହିତାଧିକାରୀମାନଙ୍କ ମଧ୍ୟରେ ୧ କୋଟି ୬୩ ଲକ୍ଷ ଛାତ୍ରୀ ଅଛନ୍ତି । ପୂର୍ବରୁ ୭୦% ବାଳିକା ଅଧାରୁ ସ୍କୁଲ ଛାଡ଼ୁ ଥିବା ବେଳେ ମୋଦୀ ସରକାରଙ୍କ ସଚେତନତା ଓ ଶୈକ୍ଷିକ ସଶକ୍ତିକରଣ କାର୍ୟ୍ୟକ୍ରମ ଯୋଗୁ ଅଧାରୁ ସ୍କୁଲ ଛାଡ଼ୁଥିବା ବାଳିକାଙ୍କ ସଂଖ୍ୟା ୩୫-୪୦%କୁ ହ୍ରାସ ପାଇଛି । ଏହାକୁ ଶୂନ୍ୟ ପ୍ରତିଶତରେ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ । ଏ ଦିଗରେ ବାଧାବିହୀନ ଓ ସ୍ୱଚ୍ଛ ବୃତ୍ତି ପ୍ରଦାନ ବ୍ୟବସ୍ଥା ବେଶ୍ ସହାୟକ ହୋଇପାରିଛି ।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନକଭୀ କହିଲେ ଯେ, ସଂଖ୍ୟାଲଘୁ ମନ୍ତ୍ରଣାଳୟ ଥ୍ରୀ-ଇ (ଏଜୁକେସନ, ଏମ୍ପ୍ଲୟମେଣ୍ଟ ଏବଂ ଏମ୍ପାୱାରମେଣ୍ଟ) ପ୍ରତି ପ୍ରତିବଦ୍ଧ । ବିଗତ ଏକ ବର୍ଷ ମଧ୍ୟରେ ସହସ୍ରାଧିକ ମଦ୍ରାସା ସମେତ ଅନ୍ୟାନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଶିକ୍ଷା କ୍ଷେତ୍ରର ମୁଖ୍ୟଧାରରେ ସାମିଲ ହେବା ସହ ଥ୍ରୀ-ଟି (ଟିଚର, ଟିଫିନ, ଟୟଲଟ) ସହ ସଂଯୁକ୍ତ ହୋଇପାରିଛନ୍ତି

Leave A Reply