ଏସ୍ବିଆଇ ଲାଇଫ୍ର ସ୍ତନ କର୍କଟ ସଚେତନତା ଅଭିଯାନ “ଥାଙ୍କ୍ସ ଏ ଡଟ୍”
ଭୁବନେଶ୍ୱର: ଅକ୍ଟୋବରକୁ ଆନ୍ତର୍ଜାତିକ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଥିବା ବେଳେ ଏସ୍ବିଆଇ ଲାଇଫ୍ ପକ୍ଷରୁ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି “ଥାଙ୍କସ୍ ଏ ଡଟ୍” ନାମକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଭାରତରେ ଏହା ଏକ ବ୍ୟାପକ କ୍ୟାସନର ରୋଗରେ ପରିଣତ ହୋଇଛି । ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୪ ମିନିଟ୍ରେ ଜଣେ ମହିଳା ସ୍ତନ କର୍କଟର ଚିହ୍ନଟ ହେଉଛନ୍ତି । ୫୦% ମହିଳା କ୍ୟାନସରର ଷ୍ଟେଜ୍-୩ରେ ରହିଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ପାଇଁ ଯିବା ବେଳକୁ ସେମାନେ ଷ୍ଟେଜ୍ ୪ରେ ପହଂଚିଯାଉଛନ୍ତି, ଯାହା ଫଳରେ ବଂଚିବାର ସମ୍ଭାବନା ସମ୍ପୂର୍ଣ୍ଣ ମଉଳି ଯାଉଛି ।
ଏସ୍ବିଆଇ ଲାଇଫ୍ର ଥାଙ୍କସ୍ ଏ ବଟ୍ ଅଭିଯାନ ଚତୁର୍ଥ ବର୍ଷରେ ପହଂଚିଛି । ଏଥର ଡିଜିଟାଲ ମାଧ୍ୟମରେ ଏହି ଅଭିଯାନକୁ ଜାରି ରଖିବା ଲାଗି କଂପାନି ଯୋଜନା ରଖିଛି । କଂପାନି ପକ୍ଷରୁ ଚର୍ଚ୍ଚିତ ଟିଭି ସେଲିବ୍ରିଟି ପ୍ରାଚୀ ଶାହ ପାଣ୍ଡ୍ୟାଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ନୂଆ ଡିଜିଟାଲ ଭିଡିଓକୁ ଉନ୍ମୋଚନ କରାଯାଇଛି । ଏ ବିଷୟରେ ଅଧିକ ଜାଣିବା ଲାଗି ୮୮୬୦୭୮୦୦୦୦କୁ ଇଂରାଜିରେ “ଐସ” ଲେଖି ପଠାଇବାକୁ ଆହ୍ୱାନ ଦିଆଯାଇଛି । ଏହି ହ୍ୱାଟସ୍ଆପ୍ ଚାଟ ବଟ୍ ଲୋକମାନଙ୍କୁ ସ୍ତନ କର୍କଟ ବିଷୟରେ ସଚେତନ କରିବ ।
ଏହି ଅଭିଯାନ ସମ୍ପର୍କରେ ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସସର ବ୍ରାଣ୍ଡ୍, କର୍ପୋରେଟ୍ କମ୍ୟୁନିକେସନ୍ ଓ ସିଏସ୍ଆର୍ ମୁଖ୍ୟ ଶ୍ରୀଯୁକ୍ତ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଭାରତରେ ମହିଳାମାନେ ଅଧିକାଂଶ ସମୟରେ ଅନ୍ୟାନ୍ୟ ଦାୟିତ୍ୱ ଯୋଗୁଁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଉଛି । ସ୍ତନ କର୍କଟ ହେଉଛି ଭାରତ ଓ ଦୁନିଆରେ ମହିଳାମାନେ ଅଧିକ ଆକ୍ରାନ୍ତ ହେଉଥିବା ରୋଗ, ତେଣୁ ଏ ବିଷୟରେ ସମସ୍ତେ ସଚେତନ ହେବା ଦରକାର । ଏହି ବିଷୟକୁ ନେଇ ଆଲୋଚନାକୁ ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି ଏବଂ ମହିଳାମାନଙ୍କୁ ନିଜ ସୁବିଧା ଅନୁସାରେ ନିୟମିତ ବ୍ୟବଧାନରେ ନିଜ ସ୍ତନ ପରୀକ୍ଷା କରିବା ଲାଗି ବ୍ୟବହାରରେ ପରିବର୍ତନ ଆଣିବାକୁ ପଡ଼ିବ । ସଚେତନତାରେ ବୃଦ୍ଧିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସବିଆଇ ଲାଇଫ୍ର ସ୍ତନ କର୍କଟ ସଚେତନତା ଅଭିଯାନ “ଥାଙ୍କସ୍ ଏ ଡଟ୍”ରେ ଏହି ମାରାତ୍ମକ ରୋଗ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଏବଂ ଜୀବନ ରକ୍ଷାକାରୀ ଦକ୍ଷତା ଉପରେ ସେମାନଙ୍କୁ ଆଗୁଆ ରୋଗ ଚିହ୍ନଟ ବିଷୟରେ ସଚେତନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଇଟଂରଆକ୍ଟିଭ୍ ହ୍ୱାଟସ୍ଆପ୍ ଚାଟ୍ ବଟ୍ର ଶୁଭାରମ୍ଭ ସହିତ ଏହି ରୋଗ ବିଷୟରେ ସୂଚନା ପାଇବା ଏବଂ ରିମାଇଣ୍ଡର ଧାର୍ଯ୍ୟ କରିବା ସହଜ ହୋଇଛି ଯାହା ଲୋକଙ୍କ ପାଇଁ ସହଜ ହେବ ଏବଂ ଦେଶର ସର୍ବାଧିକ ଲୋକଙ୍କ ପାଖରେ ବାର୍ତା ପହଂଚାଇବାରେ ଏହା ସହାୟକ ହୋଇପାରିବ ।’’
ଡେନ୍ସୁ କ୍ରିଏଟିଭ୍/ ୱାଟ୍ କନ୍ସଲ୍ଟର ମ୍ୟାନେଜିଂ ପାର୍ଟନର ସାହିଲ ଶାହ କହିଛନ୍ତି ଯେ, “ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ରହିଥିବା ସାଂସ୍କୃତିକ କଟକଣା ଯୋଗୁଁ ଭାରତରେ ସ୍ତନ କର୍କଟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏକ ଏଜ୍ସେି ଭାବେ ଜୀବନ ରକ୍ଷାକାରୀ ଅଭିଯାନ ପାଇଁ ବ୍ୟବହାରରେ ପରିବର୍ତନ ଆଣିବା ବିଷୟକୁ ଆମେ ସର୍ବଦା ପ୍ରଚାର କରିଥାଉ । ଏଥର ଏସବିଆଇ ଲାଇଫ୍ ସହିତ ଆମେ ବହୁ ବର୍ଷର ଥାଙ୍କ୍ସ ଏ ଡଟ୍ ସ୍ତନ କର୍କଟ ସଚେତନତା ଅଭିଯାନକୁ ଡିଜିଟାଲ୍ ମାଧ୍ୟମ ଜରିଆରେ ଯଥା ସମ୍ଭବ ଅଧିକ ଲୋକଙ୍କ ପାଖରେ ପହଂଚାଇବାର ଏକ ପଥ ଆବିସ୍କାର କରିଛୁ । ଏକ ୬ ମାସିଆ ଲମ୍ବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ଆମେ ଗର୍ବିତ ଯେଉଁଥିରେ ଆମେ ଉଭୟ ଡିଜିଟାଲ ଏବଂ ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ଜରିଆରେ ଆତ୍ମ ପରୀକ୍ଷା ପଦ୍ଧତି ବିଷୟରେ ଲୋକଙ୍କୁ ଜଣାଇ ଅଧିକ ମହିଳାଙ୍କ ନିକଟରେ ପହଂଚିବୁ । ଅଧିକାଂଶ ମହିଳା ପ୍ରଥମ ଥର ପାଇଁ ନିଜେ ସ୍ତନ ପରୀକ୍ଷା ବିଷୟରେ ଜାଣିପାରିବେ ।’’
Comments are closed, but trackbacks and pingbacks are open.