ଅଯୋଧ୍ୟାଠାରେ କ୍ରମାନ୍ୱୟରେ ଷଷ୍ଠ ଥରଲାଗି ଏହି ଦୀପୋତ୍ସବ ପାଳନ କରାଯାଉଛି

226

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳିର ଅବ୍ୟବହିତ ପୂର୍ବରୁ ସନ୍ଧ୍ୟାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧ
ଦୀପୋତ୍ସବରେ ଅଂଶଗ୍ରହଣ କରିବେ । ଅଯୋଧ୍ୟାଠାରେ କ୍ରମାନ୍ୱୟରେ ଷଷ୍ଠ ଥରଲାଗି ଏହି ଦୀପୋତ୍ସବ ପାଳନ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ପ୍ରଥମ
ଥରଲାଗି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସବୁ ମନ୍ଦିର ସମେତ ସମସ୍ତ ସକୀର୍ଣ୍ଣ ଗଳିଗୁଡ଼ିକୁ ଆଲୋକମାଳାରେ ସଜ୍ଜାଯାଇଛି ।
ପ୍ରଧାନମନ୍ତ୍ରୀ ପ୍ରଥମେ ଭଗବାନ ଶ୍ରୀ ରାମଲଲାଙ୍କ ବିରାଜସ୍ଥଳୀରେ ଦର୍ଶନ ଓ ପୂଜା କରିବେ । ଏହାପରେ ସେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ସ୍ଥଳୀକୁ ପରିଦର୍ଶନ କରିବା ସହ ସରଜୂ ନଦୀର ନୂଆ ଘାଟଠାରେ ଆରତୀ ଦେଖିବେ । ଆରତୀ ସହ ଦୀପୋତ୍ସବ ପାଳନ ଆରମ୍ଭ ହେବ । ଚଳିତ ବର୍ଷ ସରଜୂ ନଦୀ ଘାଟରେ ୧୫ ଲକ୍ଷ ମାଟି ନିର୍ମିତ ଦୀପ ପ୍ରଜ୍ୱଳିତ କରିବାର ଲକ୍ଷ୍ୟ ରଖାଯାଇଛି ।


ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଦୀପାବଳି ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହେଉଛି । କଟକ ଓ ଭୁବନେଶ୍ୱରରେ ଦୀପାବଳି ଦିନ ବାଣ ଫୁଟାଇବା ପାଇଁ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରାଯାଇଛି । ତେବେ ବିସ୍ଫୋରକ କିମ୍ବା କୌଣସି ରାସାୟନିକ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ କୁହାଯାଇଛି । ସେହିପରି ଜନଗହଳିପୂର୍ଣ୍ଣ ସ୍ଥାନରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବା ଉପରେ କଟକଣା ରହିଛି ।

Comments are closed, but trackbacks and pingbacks are open.