ସରସ୍ୱତୀଙ୍କର ଏହି ୧୨ଟି ନାମ ନେଲେ ବିଦ୍ୟାବୁଦ୍ଧି ଲାଭ କରିବେ

0 4,359

 

୧-ସରସ୍ଵତୀ ୨- ହଂସ ବାହିନୀ ୩- ଶାରଦା ୪-ଭାରତୀ ୫- ଜଗତୀ ୬- ବରଦାୟିନି ୭- ବୁଦ୍ଧିଦାତ୍ରି ୮- ବ୍ରହ୍ମଚାରିଣୀ ୯- ଭୁବନେଶ୍ଵରୀ ୧୦- ଚନ୍ଦ୍ରକାନ୍ତି ୧୧- ବାଗିଶ୍ୱରୀ ୧୨- କୁମୁଦି

‘ବ୍ରହ୍ମବୈବର୍ତ୍ତ ପୁରାଣ’ର ‘ଗଣେଶ ଖଣ୍ଡ’ରେ ସରସ୍ୱତୀଙ୍କ ସଂପର୍କରେ କୁହାଯାଇଛି, ସୃଷ୍ଟି କାଳରେ ଈଶ୍ୱରଙ୍କର ଇଚ୍ଛାରେ ପରମାଶକ୍ତି ପଞ୍ଚଧା ବିଭକ୍ତ ହେଲେ। ସେମାନଙ୍କ ମଧ୍ୟରୁ ସରସ୍ୱତୀ ଅନ୍ୟତମା। ଅନ୍ୟ ଚାରି ଶକ୍ତି ହେଉଛନ୍ତି- ରାଧା, ପଦ୍ମା, ସାବିତ୍ରୀ ଓ ଦୁର୍ଗା। ଏମାନଙ୍କ ମଧ୍ୟରୁ ସରସ୍ୱତୀ-ଶକ୍ତି ଶ୍ରୀକୃଷ୍ଣଙ୍କର କଣ୍ଠରୁ ଉଦ୍‌ଭୂତା ହୋଇଥିଲେ। ଶ୍ରୀକୃଷ୍ଣ ମଧ୍ୟ ସେହି ଶକ୍ତିଙ୍କୁ ପୂଜା କରିଥିଲେ। ମାଘ ଶୁକ୍ଳ ପଞ୍ଚମୀରେ ଦେବୀ ପ୍ରଥମେ ପୂଜିତା ହୋଇଥିବାରୁ ସେହି ତିଥିରେ ସରସ୍ୱତୀ ପୂଜା କରାଯାଏ।

୧-ସରସ୍ଵତୀ ୨- ହଂସ ବାହିନୀ ୩- ଶାରଦା ୪-ଭାରତୀ ୫- ଜଗତୀ ୬- ବରଦାୟିନି ୭- ବୁଦ୍ଧିଦାତ୍ରି ୮- ବ୍ରହ୍ମଚାରିଣୀ ୯- ଭୁବନେଶ୍ଵରୀ ୧୦- ଚନ୍ଦ୍ରକାନ୍ତି ୧୧- ବାଗିଶ୍ୱରୀ ୧୨- କୁମୁଦି
ଭାରତର କେତେକ ରାଜ୍ୟ ଯଥା ଓଡ଼ିଶା, ବିହାର ଓ ପଶ୍ଚିମ ବଙ୍ଗରେ ସରସ୍ୱତୀଙ୍କୁ ଦୁର୍ଗାଙ୍କର କନ୍ୟାଭାବେ ପୂଜା କରାଯାଏ । ସେଥିପାଇଁ ଦୁର୍ଗାପୂଜାରେ ଦୁର୍ଗାଙ୍କ ସହିତ ସରସ୍ୱତୀ, ଲକ୍ଷ୍ମୀ, ଗଣେଶ ଓ କାର୍ତ୍ତିକେୟଙ୍କର ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଇଥାଏ। [୯]

ଶ୍ରୀଦୁର୍ଗା ସପ୍ତସତୀରେ ଉଲ୍ଲେଖ ଅଛି, ଆଦ୍ୟା ଶକ୍ତି ଦୁର୍ଗା ତିନି ରୂପରେ ପ୍ରକାଶ ହୋଇ ତିନୋଟି ନବରାତ୍ରୀରେ ପୂଜା ପାଆନ୍ତି । ଆଶ୍ୱିନ ନବରାତ୍ରରେ ଦୁର୍ଗା ପୂଜା ପାଆନ୍ତି। ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିହିତା, ବିଣା ପୁସ୍ତକ ହସ୍ତରେ ହଂସାରୁଢା । ମା’ ଙ୍କର ବାହାନ ମୟୁର ବୋଲି କେତେକ ଶାସ୍ତ୍ରରେ ଉଲ୍ଲେଖ ଅଛି । ସରସ୍ୱତୀଙ୍କୁ ଶବ୍ଦ ବ୍ରହ୍ମରେ ସ୍ତୁତି କଲେ ମା ପ୍ରସନ୍ନ ହୁଅନ୍ତି । ମା’ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରନ୍ତି । ମା’ ସରସ୍ୱତୀ ବଗ୍ଦେବୀ, ସମସ୍ତଙ୍କୁ ସଦବୁଦ୍ଧି ସହ ସତବଚନର ଆଶିର୍ବାଦ ଦେଇଥାନ୍ତି ।

Leave A Reply