ବିଜେପିରେ ଯୋଗଦେଲେ ସନ୍ନି ଦେଓଲ

0 919

ନୂଆଦିଲ୍ଲୀ ..- ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗ ଦେଇଛନ୍ତି । ସେ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବରିଷ୍ଟ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ପଞ୍ଜାବର ଗୁରୁଦାସପୁରରୁ ସେ ବିଜେପି ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ଧର୍ମେନ୍ଦ୍ର ବିଜେପିରୁ ସାଂସଦ ଥିଲେ । ହେମାମାଳିନୀ ବି ବଜେପି ସାଂସଦ ଥିବା ବେଳେ ଚଳିତ ବର୍ଷ ପୁଣି ବିଜେପି ପ୍ରାର୍ଥୀ ହୋଇଛନ୍ତି । ଏବେ ପୁଣି ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲ ବିଜେପିରେ ଯୋଗଦେବା ସହ ସକ୍ରିୟ ରାଜନୀତିରେ ସାମିଲ ହୋଇଛନ୍ତି ।

Leave A Reply