ଲୋକସଭା ନିର୍ବାଚନ: ସୋସିଆଲ ମିଡିଆରେ ପ୍ରଚାର ମାମଲାରେ ଆଗରେ ବିଜେପି

0 1,295

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୩ଟି ପର୍ଯ୍ୟାୟର ପ୍ରଚାର ପାଇଁ ଭାରତୀୟ ଜନତା ପାର୍ଟିର ସୋସିଆଲ ମିଡିଆ ବଜେଟ ସର୍ବାଧିକ ରହିଛି । କଂଗ୍ରେସର ବଜେଟ ବିଜେପି ତୁଳନାରେ କମ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଫେସବୁକ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ତୃତୀୟ ପର୍ଯ୍ୟାୟର ନିର୍ବାଚନ ପର୍ଯ୍ୟନ୍ତ ବିଜେପି ମୋଟ ୧.୩୨ କୋଟି ଟଙ୍କାର ୧୭୩୨ ବିଜ୍ଞାପନ ଜାରି କରିଛି । ଦ୍ୱିତୀୟ ପର୍ଯ୍ୟାୟ ଯାଏଁ ବିଜେପି ମୋଟ ୮୭.୪୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ୧୧୨୯ ବିଜ୍ଞାପନ ଦେଇଥିଲା ।

ତୃତୀୟ ପର୍ଯ୍ୟାୟରେ ସର୍ବାଧିକ ୧୧୭ ଆସନରେ ମତଦାନ ହୋଇଥିଲା । କଂଗ୍ରେସ ଗତ ୨ଟି ପର୍ଯ୍ୟାୟରେ ଫେସବୁକରେ ୪୪.୦୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଏଥି ପଇଁ ୧୨୦୫ ବିଜ୍ଞାପନ ଦେଇଛି । ତୃତୀୟ ପର୍ଯ୍ୟାୟ ଯାଏଁ କଂଗ୍ରେସ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଟୁଇଟର ଏବଂ ଇଷ୍ଟାଗ୍ରାମ ତୁଳନାରେ ଫେସବୁକ ଲୋକଙ୍କର ଅଧିକ ଦୃଷ୍ଟି ଆକର୍ଷଣ କରିଛି । ଏହି କାରଣରୁ ରାଜନୈତିକ ଦଳମାନେ ନିଜର ବକ୍ତବ୍ୟକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଫେସବୁକକୁ ଅଧିକ ବ୍ୟବହାର କରୁଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଯାଏଁ ଲୋକସଭାର ମୋଟ ଆସନରୁ ଅଧିକରେ ମତଦନା ଶେଷ ହୋଇଛି । ଫେସବୁକକୁ ଚଳିତ ବର୍ଷ ଫେବୃୟାରୀ ପର ଠାରୁ ଏଯାଏଁ ୧୭.୧୬ କୋଟି ଟଙ୍କା ମିଳିଛି । ଏଥିରେ ୮୪,୩୬୮ ବିଜ୍ଞାପନ ସାମିଲ ଅଛି ।

Leave A Reply