ଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ରଥକାଠ ପୁରୀକୁ ପଠାଯାଇଛି

0 110

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ରଥକାଠ ପୁରୀକୁ ପଠାଯାଇଛି । ରଥକାଠ ସଂଗ୍ରହ କରି ଗାଡ଼ିରେ ବୋଝେଇ କରାଯିବା ପରେ ପ୍ରଥମେ ଦଶପଲ୍ଲା ମହାବୀର ଓ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କରାଯାଇଥଲା । ସେଠାରୁ ପୁରୀର ରଥଖଳାକୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକ୍‍ ଯୋଗେ ୬୩ ଖଣ୍ଡ କାଠ ପଠାଯାଇଛି । ୧୨ ଫୁଟିଆ ୨୫ ଖଣ୍ଡ ଅସନ, ୧୨ ଫୁଟିଆ ୧୮ ଖଣ୍ଡ ଧଉରା, ୨୦ ଫୁଟିଆ ୯ ଖଣ୍ଡ ଅସନ ଏବଂ ୨୦ ଫୁଟିଆ ୧୧ ଖଣ୍ଡ ଧଉରା କାଠ ପଠାଯାଇଥିବା ସହକାରୀ ବନ ସଂରକ୍ଷକ
ହିମାଂଶୁ ମୁଦୁଲି ସୂଚନା ଦେଇଛନ୍ତି ।

Leave A Reply