ରଥର ଦକ୍ଷିଣ ମୋଡ

ରଥର ଦକ୍ଷିଣ ମୋଡ

0 758

ହେରାପଞ୍ଚମୀରେ ଲକ୍ଷ୍ମୀ ରଥ ଭାଙ୍ଗିଛନ୍ତି . ଦେବୀ ସୁଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାରରେ ତିନି ରଥର ଦକ୍ଷିଣ ମୋଡ ନୀତି ସମ୍ପାଦିତ ହେବ . ତିନି ରଥ ନିକଟକୁ ଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ବିଜେ କରିବା ପରେ ରଥଗୁଡିକୁ ନାକଚଣା ଦ୍ବାର ସମ୍ମୂଖରେ ଲଗାଯିବ . ଏହି କ୍ରମରେ ବାହୁଡା ଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି .
.
ବିବାହ ସରିଛି, ହେଲେ ବୈବାହିକ ଜୀବନ ଆରମ୍ଭ ହୋଇନାହିଁ . ସମସ୍ତ ବିଧି ମଧ୍ୟ ଶେଷ ହୋଇନି . ନବବିବାହିତା ପତ୍ନୀଙ୍କୁ ଛାଡି ମହାପ୍ରଭୂ ସ୍ନାନ ମଣ୍ଡପକୁ ଆସିଲେ . ସେଠାରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଲେ . ଅଣସରରୁ ବାହାରି ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ବିଶ୍ବ ଭ୍ରମଣରେ ବାହାରି ପଡିଲେ . ହେଲେ ଶ୍ରୀମନ୍ଦିରରେ ନବ ବିବାହିତା ପତ୍ନୀ ମହାଲକ୍ଷ୍ମୀ ଏକାକୀ ରହିଥିଲେ . ପ୍ରଭୂଙ୍କର ଏହି ଅବିଚାର ସତ୍ତ୍ବେ ମହାଲକ୍ଷ୍ମୀ ହେରାପଂଚମୀରେ ମହାପ୍ରଭୂଙ୍କୁ ନେବାକୁ ଆସିଲେ . ମାତ୍ର ମହାପ୍ରଭୂ ଲକ୍ଷ୍ମୀଙ୍କ ଡାକରା ଶୁଣିଲେ ନାହିଁ . ଅଭିମାନିନୀ ମହାଲକ୍ଷ୍ମୀ ଉତକ୍ଷିପ୍ତ ହୋଇ ଶ୍ରୀମନ୍ଦିରକୁ ଫେରିଯାଇଥିଲେ . ବାହୁଡିବା ରାସ୍ତାରେ ନନ୍ଦିଘୋଷ ଭାଙ୍ଗି ଦେଇଗଲେ . ମହାଲକ୍ଷ୍ମୀ ଆସିଥିଲେ ଓ ମହାପ୍ରଭୂ ତାଙ୍କ ଅନୁରୋଧ ରକ୍ଷା କରିନଥିବା ଜଣି ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ଫେିରବା ପାଇଁ ମନସ୍ଥ କଲେ . ଏନେଇ ଦୁଇ ଭାଇଙ୍କୁ କହିବା ପରେ ପ୍ରଥମେ ନିଜ ରଥ ଶ୍ରୀମନ୍ଦିର ମୁହାଁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି .
ପରମ୍ପରା ମୁତାବକ ସକାଳଧୂପ ପରେ ମଧ୍ୟାହ୍ନରେ ଆଜ୍ଞାମାଳ ଦେବୀ ସୁଭଦ୍ରାଙ୍କ ରଥ ନିକଟକୁ ବିଜେ କରେ . ଫଳରେ ପ୍ରଥମେ ଦେବୀ ରଥର ଦକ୍ଷିଣ ମୋଡ ଆରମ୍ଭ ହୁଏ . ଘଣ୍ଟ, ଘଣ୍ଟାର ତାଳ ସହ ଡାହୁକର ହୋ ଭକତେ ଡାକରେ ସୁରକ୍ଷା କର୍ମୀ ଓ ଭକ୍ତମାନେ ଦେବୀ ରଥ ଟାଣିନେଇ ନାକଚଣା ଦ୍ବାରରେ ପହଞ୍ଚାଇ ଥାଆନ୍ତି ।

Leave A Reply