କର୍ଣ୍ଣାଟକ: କଂଗ୍ରେସରୁ ନିଲମ୍ବିତ ବିଧାୟକ ବିଜେପିରେ ହେବେ ସାମିଲ!

0 783

ବେଙ୍ଗାଲୁରୁ: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ କର୍ଣ୍ଣାଟକରେ ରାଜନୀତି ଜୋର ଧରିଛି । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଅନେକ ବିବାଦ ଦେଖାଯାଉଛି । ନିକଟରେ ରାଜ୍ୟ ରାଜନୀତି ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । କଂଗ୍ରେସରୁ ନିଲମ୍ବିତ ବିଧାୟକ ରୋଶନ ବେଗ ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି । ସେ କୁମାରସ୍ୱାମୀ ସରକାରଙ୍କ ଉପରେ ସଂକଟର ବାଦଲ ଘୋଡେଇ ହୋଇ ରହିଛି ବୋଲି କହିଛନ୍ତି । ଏହା ହେଉଛି ମୈତ୍ରୀ ସରକାର । ଏହି ସରକାରରେ ହୃଦୟର ମିଳନ ନାହିଁ ।

କଂଗ୍ରେସରୁ ନିଲମ୍ବିତ ରୋଶନ କହିଛନ୍ତି, ସରକାର ପ୍ରତି ଜନତା ଅସନ୍ତୁଷ୍ଟ ଅଛନ୍ତି । ଆମକୁ ଯେଭଳି ଭାବରେ କଂଗ୍ରେସ ନିଲମ୍ବିତ କରିଛି, ତାକୁ ଭୁଲି ହେବ ନାହିଁ । ଯେଉଁମାନେ ପାର୍ଟି ବିରୋଧରେ ନିର୍ବାଚନରେ କାମ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ । କଂଗ୍ରେସ ପାର୍ଟିର ଶକ୍ତିଶାଳୀ ନେତା ଚାଲିଯାଉଛନ୍ତି । କଂଗ୍ରେସରୁ ନିଲମ୍ବିତ ହେବା ପରେ ରୋଶନ ବେଗ ଏବେ ଭାରତୀୟ ଜନତା ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply