ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ

0 744

ଭୁବନେଶ୍ୱର: ଘର ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ର କଂପାନି ଉତ୍କଳ ଆଲୁମିନାର ସିଏସ୍ଆର୍ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଛି। ୬୮ ବର୍ଷୀୟା ଶ୍ରୀମଣୀ ମୁଦୁଲିଙ୍କୁ ପଚାରନ୍ତୁ। ସେ ହେଉଛନ୍ତି ଅଣ୍ଡିରାକାଂଚ ଗ୍ରାମର ଅନ୍ୟତମ ଉପେକ୍ଷୀତ ବାସିନ୍ଦା ଯିଏ ଗତ ଏକ ବର୍ଷ ହେଲାଣି ବାତ ଜ୍ୱରରେ ପୀଡ଼ିତ ହୋଇଥିବାରୁ ପ୍ରାୟତଃ ଅଚଳ ଓ ଦୁର୍ବଳ ହୋଇପଡ଼ିଥିଲେ। ଏହା ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅତ୍ୟନ୍ତ ଖରାପ କରିଦେଇଥିଲା। ଗତ ଫେବ୍ରୁଆରିରେ ସ୍ଥିତି ଏକ ଭିନ୍ନ ମୋଡ଼ ନେଇଥିଲା ଏବଂ ତାଙ୍କ ସ୍ଥିତି ଆହୁରି ଖରାପ ହୋଇଯାଇଥିଲା। ଦୁର୍ଦ୍ଦିନରେ ରହି ସେ ନିଜର ହାତ ଟେକିଦେଇଥିଲେ ଏବଂ ମେଡିକାଲ୍ ଚିକିତ୍ସା ପାଇଁ ଯାଇନଥିଲେ।
ଏସବୁ କିଛି ଉତ୍କଳ ଆଲୁମିନାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ (ଏମ୍ଏଚ୍ୟୁ) ପହଂଚିବା ପୂର୍ବର ସ୍ଥିତି ଥିଲା। ନିୟମିତ ସେହି ଗ୍ରାମକୁ ଭ୍ରମଣ କରୁଥିବା ମେଡିକାଲ୍ ଦଳର ଜଣେ ସଦସ୍ୟ ଶ୍ରୀମଣୀଙ୍କୁ ତାଙ୍କ ଘରର ଏକ କୋଣରେ ଅତ୍ୟନ୍ତ ଦୁର୍ଦ୍ଦଶା ଭିତରେ ଥିବା ଚିହ୍ନଟ କରିଥିଲେ। ଉତ୍କଳ ଆଲୁମିନିର ଏମ୍ଏଚ୍ୟୁର ଡାକ୍ତରମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଏମଏଚୟୁର ଡାକ୍ତରମାନେ ନିୟମିତ ମାଗଣା ଔଷଧ ପ୍ରଦାନ କରି ତାଙ୍କୁ ସପ୍ତାହବ୍ୟାପୀ ଚିକିତ୍ସା କରିଥିଲେ। ଦାରିଦ୍ର୍ୟ ଓ ଦୁର୍ବଳ ସ୍ୱାସ୍ଥ୍ୟର ପରିମାଣ ସ୍ୱରୂପ ସେ ଯେଭଳି ଅବସାଦଗ୍ରସ୍ତ ନହୁଅନ୍ତୁ ତାହାକୁ ଜଗିବା ପାଇଁ ତାଙ୍କୁ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା କାଉନ୍ସେଲିଂ କରାଯାଉଥିଲା। କିଛି ସମୟ ପର୍ଯ୍ୟନ୍ତ ତାଙ୍କର ନିୟମିତ ଚିକିତ୍ସା କରାଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିା। ଗଣ୍ଠି ଯନ୍ତ୍ରଣା/ ବାତ ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଥିଲା। ଏବେ ସେ ବିନା କୌଣସି ସମସ୍ୟାରେ ମୁକ୍ତ ଭାବେ ଚଳପ୍ରଚଳ କରୁଛନ୍ତି ଏବଂ ଚାଲି ପାରୁଛନ୍ତି। ଏଭଳି ଯତ୍ନ ପ୍ରଦାନ କରିଥିବା ହେଲ୍ପ ଏଜ୍ ଇଣ୍ଡିଆ ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପ୍ରତି ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।
କଂପାନିର ଘର ପାଖରେ ସ୍ୱାସ୍ଥ୍ୟ ସେବା ଅଭିଯାନରେ (ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ), ଉତ୍କଳ ଆଲୁମିନା ପକ୍ଷରୁ ହେଲ୍ପ ଏଜ୍ ଇଣ୍ଡିଆ ସହ ମିଶି ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ପ୍ରଚଳନ କରାଯାଉଛି ଯେଉଁଥିରେ ଜଣେ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଓ ସାମାଜିକ ସୁରକ୍ଷା ଅଧିକାରୀ ରହିଛନ୍ତି। ଦିନର ଏକ ନିର୍ଦିଷ୍ଟ ସମୟରେ ଏହା ପାରିପାଶ୍ୱିର୍କ ଗ୍ରାମରେ ପରିଭ୍ରମଣ କରିଥାଏ। ୧୦ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାଧ୍ୟମରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ର ଏକକାଳୀନ ୪୪ଟି ଗ୍ରାମକୁ ଏହି କାର୍ଯ୍ୟକ୍ରମ ଅଧୀନରେ ସାମିଲ କରାଯାଇଛି। ୨୦୧୮-୧୯ରେ ଏହି ଏମ୍ଏଚୟୁରେ ୧୩,୩୯୪ରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ହାସଲ କରିଛନ୍ତି।
ଏନ୍ ନାଗେଣ, ସଭାପତି ଓ ୟୁନିଟ୍ ମୁଖ୍ୟ, ଉତ୍କଳ ଆଲୁମିନା କହିଛନ୍ତି ଯେ, “ନୂଆପଡ଼ାରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓସପଡ଼ାରେ ଓପିଡି ସହିତ ଉତ୍କଳ ହସ୍ପିଟାଲ୍କୁ ନେଇ ଏମ୍ଏଚ୍ୟୁ ସହିତ ଆମେ ଲୋକମାନଙ୍କୁ ଶ୍ରେଷ୍ଠ ସମ୍ଭବ ଚିକିତ୍ସା ସେବା ପ୍ରଦାନ କରୁଛୁ। ଆଗାମୀ ଦିନରେ ଆମେ ଏହି ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବୁ। କଂପାନି ପକ୍ଷରୁ ଓସପନାରେ ଥିବା ଉତ୍କଳ ହସ୍ପିଟାଲ୍ରେ ଇନଡୋର ବ୍ୟବସ୍ଥା ସହିତ ସମ୍ପୂର୍ଣ୍ଣ ମଲ୍ଟି ସ୍ପେସିଆଲିଟି ସେବା ଆରମ୍ଭ କରାଯିବ। ଅଲଟ୍ରା ସାଉଣ୍ଡ, ଡିଜିଟାଲ ଏକ୍ସ-ରେ, ହାର୍ମୋନାଇଜର, ୟୁରିନ ଆନାଲାଇଜର, ଅଟୋ-ବାୟୋକେମିଷ୍ଟ୍ରି ଆନାଲାଇଜର, ନେଫ୍ଲୋମିଟର ଓ ଇଲେକ୍ଟ୍ରୋଲାଇଟ୍ ଆନାଲାଇଜର୍ ଇତ୍ୟାଦି ଆଦି ଅତ୍ୟାଧୁନିକ ମେଡିକାଲ୍ ଉପକରଣ ଇନ୍ଡୋର ସେବା ପାଇଁ କିଣାଯାଇଛି।
ଏହି ଅଭିଯାନକୁ ଅତ୍ୟନ୍ତ ସକାରାତ୍ମକ ଢଙ୍ଗରେ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି। ଉତ୍କଳ ଆଲୁମିନାର ଭିତିଭୂମି ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ପ୍ରଶଂସା କରି ରାୟଗଡ଼ାର ଅତିରିକ୍ତ ଜିଲ୍ଲା ସାଧାରଣ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) କହିଛନ୍ତି ଯେ, “ଏହା ଆଖପାଖ ଅଂଚଳର ଅନେକ ଲୋକଙ୍କ ପାଇଁ ସହାୟକ ହେବ।’’
ପୁନଶ୍ଚ, ଦୀର୍ଘ ଦିନରୁ ଉତ୍କଳ ଆଲୁମିନା ତରଫରୁ ନୂଆପଡ଼ାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା କରାଯାଉଛି ଯେଉଁଥିରେ ମାଗଣା ପରାମର୍ଶ, ଚିିକତ୍ସା ଓ ଔଷଧ ଭଳି ସୁବିଧା ଯୋଗାଇ ଦିଆଯାଉଛି। ଏଥିରେ ପାଥୋଲୋଜିକାଲ୍ ଲାବୋରେଟୋରି, ବାୟୋକେମିଷ୍ଟ୍ରି ଆନାଲାଇଜର, ହେମାଟୋଲୋଜି ଆନାଲାଇଜର, ନେଫ୍ଲୋମିଟର, ୟୁରିନ୍ ଆନାଲାିଜର୍, ଇସିଜି, ଅକ୍ସି ଆନାଲାଇଜର୍, କାର୍ଡିଆକ୍ ମନିଟର, ପଲ୍ସ ଅକ୍ସିମିଟର, ଅଟୋ ଆନାଲାଇଜର୍ ଏବଂ ଅଡିଓ-ମେଟ୍ରିକ୍ ଉପରକଣ ଭଳି ସୁବିଧା ରହିଛି ଯାହା କାରକାନା ପରିପାଶ୍ୱର୍ରେ ରହୁଥିବା ଲୋକମାନଙ୍କ ମେଡିକାଲ୍ ଆବଶ୍ୟକତାକୁ ପୂରଣ କରୁଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ୨୪ ଘଂଟା ଖୋଲା ରହୁଛି। ୨୦୧୮ରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୯,୯୬,୭୬୪ ରୋଗୀ ପଂଜୀକୃତ ହୋଇଥିଲେ।
ଏହା ସହିତ ସମ୍ପର୍କ ନଥାଇ, ପରିପାଶ୍ୱର୍ରେ ରହୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ସଦୃଶ ୨୦୧୯ ଏପ୍ରିଲ୍ ପରଠାରୁ ଉତ୍କଳ ହସ୍ପିଟାଲ୍ର ଶୁଭାରମ୍ଭ ହୋଇଛି। ବର୍ତମାନ ଏହି ହସ୍ପିଟାଲ୍ରେ ବର୍ହି ରୋଗୀ ବିଭାଗ କାର୍ଯ୍ୟକ୍ଷମ ରହିଛି ଏବଂ ୨୦୧୮-୧୯ରେ ୩୪,୨୧୮ ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ହସ୍ପିଟାଲ୍ ପକ୍ଷରୁ ଏବେ ସ୍ତ୍ରୀ ରୋଗ ଓ ପ୍ରସୂତୀ, ମେଡିସିନ ଏବଂ ଶିଶୁ ରୋଗ ଉପରେ ସ୍ପେସିଆଲିଟି ସେବା ପ୍ରଦାନ କରାଯାଉଛି।
“ଆମର ସ୍ୱାସ୍ଥ୍ୟ ସେବାକୁ ସଂପ୍ରସାରିତ କରିବା ଯୋଜନା ରହିଛି। ଆମେ ଏସବୁ କିଛି କରୁଛୁ, କାରଣ ଆମେ ସମାଜର ଯତ୍ନ ବିଷୟ ଚିନ୍ତା କରୁଛୁ,’’ ବୋଲି ଶ୍ରୀଯୁକ୍ତ ନାୟକ କହିଛନ୍ତି।

Leave A Reply