କିଏ ଦିଅନ୍ତି ରଥ ଦକ୍ଷିଣ ମୋଡ ଆଦେଶ, କେଉଁ ରଥ ଆଗ ହୁଏ ଦକ୍ଷିଣ ମୋଡ !

ରଥର ଦକ୍ଷିଣ ମୋଡ

0 871

ରଥ ଯାତ୍ରାରେ ଓଡିଆ ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ । ଏଥିରେ ଭାଇ ଭଉଣୀ ମଧ୍ୟରେ ଥିବା ସ୍ନେହ ମମତା, ପତ୍ନୀଙ୍କ ଅଭିମାନ , ପତି ପତ୍ନୀଙ୍କୁ ମନାଇବାର କୌଶଳ, ବନ୍ଧୁ ଘରକୁ ବୁଲିବାକୁ ଯିବା , ନିଜ ଜନ୍ମ ମାଟିକୁ ମନେ ରଖି ସେଠାରୁ ଯିବା ଜନ୍ମ ମାଟିର ମୋହା , ଭକ୍ତଙ୍କ ଗହଣକୁ ଭଗବାନ୍‌ ଓହ୍ଲାଇ ଆସିବା ଏପରି ଅନେକ କିଛି ଦେଖିବାକୁ ମିଳିଥାଏ ।

ହେରାପଞ୍ଚମୀରେ ଆଡପ ମଣ୍ଡପରେ ଜଗନ୍ନାଥଙ୍କୁ ଭେଟିବା ପାଇଁ ଆସିଥାଆନ୍ତି ମହାଲକ୍ଷ୍ମୀ । ଜଗନ୍ନାଥଙ୍କୁ ଦେଖି ଫେରିବା ବେଳେ ମୋହ ଚୂର୍ଣ୍ଣ ପ୍ରୟୋଗ କରି ଥାଆନ୍ତି । ନନ୍ଦିଘୋଷକୁ ଭାଙ୍ଗି ହେରାଗୋହରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରି ଥାଆନ୍ତି ।

ଏହା ଜାଣିବାପରେ ନଣନ୍ଦ ସୁଭଦ୍ରା ଶ୍ରୀମନ୍ଦିରକୁ ଫେରିବା ପାଇଁ ରଥ ଦକ୍ଷିଣ ମୋଡ କରିବାକୁ ନିର୍ଦେଶ ଦେଇଥାଆନ୍ତି । ହେରାପଞ୍ଚମୀର ପର ଦିନ ରଥର ଦକ୍ଷିଣ ମୋଡ ହୋଇଥାଏ । ଆଜ୍ଞାମାଳ ଆସିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଦେବ ଦଳନା ବା ଦର୍ପଦଳନ ରଥର ଆଗ ଦକ୍ଷିଣ ମୋଡ ଆରମ୍ଭ ହୁଏ । ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରୁ ଶରଧା ବାଲି ଦେଇ ନାକଚଣା ଦ୍ୱାର ପର୍ଯ୍ୟନ୍ତ ତିନି ରଥକୁ ନିଆଯାଇଥାଏ ।
ବାହୁଡା ଦିନ ଶ୍ରୀମନ୍ଦିର ଅଭିମୁଖେ ।

Leave A Reply