ପୁରୀ .- ଆଜି ସାରା ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ଜଗନ୍ନାଥଙ୍କ ନୀଳାଦ୍ରୀ ବିଜେ ଦିନ ଆମ ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଇଥାଏ । ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ରସଗୋଲାକୁ ନେଇ ବିବାଦ ଚାଲିଥିବା ବେଳେ , ପଶ୍ଚିମବଙ୍ଗରେ ଏହା ମାତ୍ର ପ୍ରାୟ ୧୨୦ ବର୍ଷ ତଳେ ପ୍ରସ୍ତୁତ କରାଯାଉଥିବା କୁହାଯାଉଥିବା ବେଳେ ଓଡିଶାରେ ଏହାକୁ ଦ୍ୱାଦଶ ଶତାଦ୍ଦୀରୁ ଜଗନ୍ନାଥଙ୍କ ନିକଟରେ ଭୋଗ ଦିଆଯାଉଥିବା କୁହାଯାଏ ।
ନୀଳାଦ୍ରୀ ବିଜେ ସମୟରେ ମହାଲକ୍ଷ୍ମୀଙ୍କର ରୋଷ ଭାଙ୍ଗିବା ପାଇଁ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଉଥିବା ବିଭିନ୍ନ ପୁରାଣରେ ଉଲ୍ଲେଖ ରହିଛି । ଏହା ଓଡିଶାରୁ ଉତ୍ପତି ହୋଇଥିବାର ଦୃଢ ପ୍ରମାଣ ରହିଛି । ଓଡିଶାରୁ ବୁଲିବାକୁ ଆସୁଥିବା ବଙ୍ଗାଳୀଲୋକଙ୍କୁ ଓଡିଶାର ମିଠା କାରିଗର କିମ୍ବା ରୋଷୟା ଏହାକୁ ଶିକଶିଖାଇଥିବା ବିଶ୍ୱାସ କରାଯାଏ ।
ଓଡିଆ ପୁରାଣମାନଙ୍କରେ ରସଗୋଲା ବିଷୟରେ ଉଲ୍ଲେଖ ରହିଛି । ଏହା କାହିଁ କେତେ ପୁରୁଣା । ବଳରାମ ଦାସଙ୍କ ଜଗମୋହନ ରାମାୟଣ,. ଭୂପତିଙ୍ର ପ୍ରେମପଞ୍ଚାମୃତ ଓ ନୀଳାଦ୍ରୀ ମହଦୋୟରେ ରସଗୋଲାର ଉଲ୍ଲେଖ ରହିଛି । ମାତ୍ର ବଙ୍ଗୀୟ ଗବେଷକ ଏହାକୁ ଗ୍ରହଣ କରୁ ନଥିବାର ନଜିର ରହିଛି। ମାତ୍ର ଦ୍ୱାଦଶଶ ଶତାଦ୍ଦୀ ରସଗୋଲାକୁ ନୀଳାଦ୍ରୀ ବିଜେ ସମୟରେ ଭୋଗ କରାଯାଉଥିଲା । ଓଡିଶାରେ ଏହା ବହୁ ପୂର୍ବରୁ ପ୍ରଚଳିତ