ଭୁବନେଶ୍ୱର .- ବାଲେଶ୍ୱର ସାଂସଦ ଅର୍ଜୁନ ସେଠୀ ଦଳରୁ ଟିକେଟ ନପାଇବା ପରେ ବିଜେଡିରୁ ଇସ୍ତଫା ଦେବା ମାତ୍ରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଯାଇ ବିଜେପିରେ ଯୋଗ ଦେଇଥିଲେ। ଏବେ ପୁଣି ବସ୍ତାରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ରଘୁନାଥ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ବର୍ଷାସୋନୀ ଓ ତାଙ୍କ ପୁଅ ରାଜଶ୍ରୀ ମହାନ୍ତିଙ୍କ ବିବାଦ କାରଣରୁ ମନ୍ତ୍ରୀପଦ ଯାଇଥିଲା । ଏହାପରେ ସେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିଲେ । ବସ୍ତା ବିଧାନସଭା ଆସନ ପାଇଁ ଆଶାୟୀ ଥିବା ରଘୁନାଥ ମହାନ୍ତି ବିଜେଡିରୁ ଟିକେଟ ନପାଇଲେ ବିଜେପିରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି ।