ଶୁଆ ପୋଷିବାକୁ ଚାହୁଁଛନ୍ତି କି! ଏହା ପୂର୍ବରୁ ଜାଣନ୍ତୁ ବାସ୍ତୁ କ’ଣ କହୁଛି?
ଭୁବନେଶ୍ୱର: ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଘରେ ପୋଷା ଜୀବଜନ୍ତୁ ରଖିବାକୁ ପସନ୍ଦ କରିଥାନ୍ତି । କେତେକ ଲୋକଙ୍କୁ ଘରେ କୁକୁର, ବିଲେଇ ଓ ପକ୍ଷୀ ପୋଷିବା ପାଇଁ ଭଲ ଲାଗେ । ଘରେ ପିଞ୍ଜରାରେ ଶୁଆ ମଧ୍ୟ ରଖିଥାଉ । କେତେକ ଲୋକ ଏହାକୁ ରଖିବା ପାଇଁ ପସନ୍ଦ କରନ୍ତି ତ ଆଉ କେତେକ ଲୋକ ଏହାକୁ ଘର ସଜାଇବା ପାଇଁ ରଖନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶୁଆ ରଖିଲେ ନାକାରାମତ୍ମକ ଭାବନା ଜାତ ହୋଇଥାଏ । ପିଞ୍ଜରାରେ ଶୁଆ ରଖିବା ଶୁଭ ହୋଇନଥାଏ । ଏହାର ଫଟୋକୁ ଶୁଭ ବୋଲି କୁହାଯାଏ । ଆସନ୍ତୁ ଜାନିବା କେଉଁ ପ୍ରକାର ଶୁଆର ଫଟୋ ବ୍ୟବହାର କଲେ ଘରର ବାତାବରଣ ଠିକ ରଖାଯାଇପାରିବ ।
ବାସ୍ତୁଶାସ୍ତ୍ର ଅନୁସାରେ ଶୁଆର ଫଟୋ ଛୁଆ ମାନଙ୍କର ରୁମରେ ଲଗାଇଲେ ତାଙ୍କର ମନ ପାଠ ପଢାରେ ଲାଗି ରହିଥାଏ । କୁହାଯାଏ କି ଏହାକୁ ଲଗାଇଲେ ପରିବାରରେ ପରସ୍ପର ପ୍ରତି ଭଲ ପାଇବା ବଢିଥାଏ ଓ ଘରୁ ଦରିଦ୍ରତା ଓ ରୋଗ ଦୂର ହୋଇଥାଏ ।
ସେହିଭଳି ଶୁଆର ଫଟୋ ସ୍ୱାମୀ ଓ ସ୍ତ୍ରୀ ଯଦି ନିଜର ରୁମରେ ଲଗାଇ ରଖନ୍ତି, ତେବେ ତାଙ୍କର ପରସ୍ପର ପ୍ରତି ଭଲପାଇବା ଆହୁରି ଗଭୀର ହୋଇଥାଏ । ଘରର ଡ୍ରଇଂ ରୁମରେ ଯଦି ଶୁଆର ଫଟୋ ଲଗାଇବା ପାଇଁ ଚାହାନ୍ତି, ତେବେ ଉତ୍ତର ଦିଗରେ ଲଗାଇବା ଭଲ । ଏଥିରେ ଆପଣଙ୍କର ସୌଭାଗ୍ୟ ବଢିଥାଏ । ଘରେ ରଙ୍ଗ ବିରଙ୍ଗର ଡେଣା ଥିବା ଶୁଆର ଫଟୋ ଲଗାଇଲେ ବାସ୍ତୁ ଦୋଷକୁ କମ କରିଥାଏ । ଯେଉଁଥିରେ ପରିବାରରେ ସୁଖ ଶାନ୍ତି ଲାଗିରହିଥାଏ ।
କୁହାଯାଏ କି ପିଞ୍ଜରାରେ ଶୁଆକୁ ବନ୍ଦ କଲେ ତାହାର ସ୍ୱାଧୀନତା ପ୍ରତି ବାଧା ସୁଷ୍ଟି ହୋଇଥାଏ । ଯେଉଁଥି ପାଇଁ ସେ ଦୁଃଖରେ ଥାଏ । ଆପଣଙ୍କୁ ଏଥି ପାଇଁ କୁପ୍ରଭାବ ଭୋଗିବାକୁ ପଡିଥାଏ ।