ତିନିଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ୍ ପିଣ୍ଡ ହେଲେ ଡାକ୍ତରଖାନା କର୍ମଚାରୀ ମିଳିମିଶି ବଞ୍ଚାଇଦେଲେ

293

ଟରୋଣ୍ଟ – ଡାକ୍ତରଖାନା କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଗୋଟିଏ ତିନି ବର୍ଷର ଶିଶୁ ନୂଆ ଜୀବନ ପାଇଛି । କାନାଡାର ଆଣ୍ଟାରିଓ ପ୍ରଦେଶରେ ଗୋଟିଏ ଶିଶୁ ପାଣିରେ ବୁଡିଯାଇଥିଲା । ୫ ମିନିଟ ପରେ ତାକୁ ଉଦ୍ଧାର କରାଯାଇଥିଲା । ମାତ୍ର ତାହାର ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥିଲା ।

ଡାକ୍ତରଖାନା କର୍ମଚାରୀ ମାନେ ୩ ଘଣ୍ଟା କାଳ ତାକୁ ସିପିଆର୍‌ ଦେବା ସହ ତାହାର ନିକ ଏବଂ ଶ୍ୱାସ ନଳୀ ଯେପରି ଜାମ୍ ହେବାନି ସେ ଶ୍ୱାସ ଗ୍ରହଣ କରି ପାରିବ ସେଥିପାଇଁ ନିଜେ ନିଜେ ଉଦ୍ୟମ କରିଥିଲେ । ଏଚ ଛୋଟ ଡାକ୍ତରଖାନାରେ କର୍ମଚାରୀଙ୍କ ମିଳିତ ଉଦ୍ୟମ ଯୋଗୁଁ ତିନିଘଣ୍ଟା ପରେ ଶିଶୁଟି ଠିକ୍‌ ହୋଇଥିଲା । ଏବଂ ନୂଆ ଜୀବନ ପାଇଛି ।

Comments are closed, but trackbacks and pingbacks are open.