ଆମେରିକାକୁ ଚିନ୍ତା ରୁଷ୍‌ ଗସ୍ତରେ ଯିବେ ଚୀନ୍‌ ରାଷ୍ଟ୍ରପତି

174

ନୂଆଦିଲ୍ଲୀ – ଖୁବ ଶୀଘ୍ର ରୁଷ୍‌ ଗସ୍ତରେ ଚୀନ୍‌ର ରାଷ୍ଟ୍ରପତି ଯିବେ । ଏବେ ଯୁଦ୍ଧ ବେଳେ ୟୁକ୍ରେନକୁ ଆମେରିକା ସହାୟତା କରୁଥିବା ବେଳେ , ଆମେରକା ବିରୋଧ ରାଷ୍ଟ୍ରମାନେ ଏକାଠି ହେବାରେ ଲାଗିଛନ୍ତି । ଏହାର ସୁଯୋଗ ନେଇ ଚୀନ୍‌ର ରାଷ୍ଟ୍ରପତି ରୁଷ୍‌ ସହ ହାତ ମିଳାଇବେ ବୋଲି ଚିନ୍ତା କରିଛନ୍ତି । ଆମେରିକା ରାଷ୍ଟ୍ରପତି ବାଇେଡେନ୍‌ ୟୁକ୍ରେନ ଗ୍ରସ୍ତ କରିଥିବା ବେଳେ ଚୀନ୍‌ ଏହି ସୁଯୋଗ ହାତ ଛଡା କରିବା ପାଇଁ ଚାହୁଁନାହିଁ ।

ପୁଟିନ୍‌ ମଧ୍ୟ ଚୀନ୍‌ ରାଷ୍ଟ୍ରପତିଙ୍କ ଗସ୍ତକୁ ଅପେକ୍ଷା କରିଥିବା କଥା କହିଛନ୍ତି । ତେବେ ଚୀନ୍‌ ପକ୍ଷରୁ ଶାନ୍ତିର ବାର୍ତ୍ତା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଆସନ୍ତା ମାସେ ଦୁଇ ମାସ ମଧ୍ୟରେ ଚୀନ୍‌ ରାଷ୍ଟ୍ରପତି ରୁଷ୍‌ ଯାଇପାରନ୍ତି ଏହା ଆମେରିକା ପାଇଁ ଚିନ୍ତାର କାରଣ ।

Comments are closed, but trackbacks and pingbacks are open.