‘ପୁଞ୍ଜିନିବେଶର ସାମର୍ଥ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ଭବିଷ୍ୟତ ଶକ୍ତି ଚାହିଦା’

119

ଆଜାଦି କା ଅମ୍ରିତ ମହୋତ୍ସବର ଅଂଶସ୍ୱରୂପ ସିଲଂଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ‘ପୁଞ୍ଜିନିବେଶର ସାମର୍ଥ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ଭବିଷ୍ୟତ ଶକ୍ତି ଚାହିଦା’ ଶୀର୍ଷକ ଏହି କର୍ମଶାଳାକୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ, ମେଘାଳୟ ସରକାର, ଉତ୍ତର ପୂର୍ବାଞ୍ଚଳ ପରିଷଦ ଓ ଆଇ.ଆଇ.ଏମ୍‍. ସିଲଂ ମିଳିତ ଭାବେ ଆୟୋଜନ କରିଛନ୍ତି । ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ବି.ଏଲ୍‍. ବର୍ମା ଏଥିରେ ଉଦ୍‍ବୋଧନ ଦେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ବିକାଶ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କର ଉତ୍ତର ପୂର୍ବାଞ୍ଚଳର ବିକାଶ ଦିଗରେ ଥିବା ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ସେ କହିଛନ୍ତି, ଏହି ଅଞ୍ଚଳକୁ ନେତାଜୀ ସୁବାସ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ଲାଗି ପ୍ରବେଶପଥ ବୋଲି ଆଖ୍ୟା ଦେଇଥିଲେ । ଯାହାକି ବର୍ତ୍ତମାନ ନବ ଭାରତର ସ୍ୱପ୍ନ ପୂର୍ଣ୍ଣ କରିବା ଦିଗରେ ପ୍ରବେଶପଥ ହେବାକୁ ଯାଉଛି ବୋଲି ଶ୍ରୀ ବର୍ମା କହିଛନ୍ତି । ସେ କହିଛନ୍ତି, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ନିକଟରେ ୧ଲକ୍ଷ ୨୮ହଜାର ମେଗାୱାଟ୍‍ରୁ ଊଦ୍ଧ୍ୱର୍ ପୁନଃର୍ବ୍ୟବହାରକ୍ଷମ
ଶକ୍ତି ଉତ୍ପାଦନ କରିବାର ସାମର୍ଥ୍ୟ ରହିଛି । ଉତ୍ତର ପୂର୍ବାଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ତ୍ୱରାନ୍ୱିତ କରାଯିବା ସହ ଏଥିଲାଗି ବଜେଟ୍‍ରେ ଅଧିକ ବ୍ୟୟବରାଦ କରାଯାଇଛି । ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳର ମୌଳିକ ଢାଞ୍ଚା ଗତ ବିକାଶ ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ଉପରେ ମଧ୍ୟ ଏହି ଅବସରରେ ଶ୍ରୀ ବର୍ମା ଆଲୋପାତ କରିଛନ୍ତି ।

Comments are closed, but trackbacks and pingbacks are open.