ରାଜ୍ୟର ୯୬ଦଶମିକ ୫ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
ଯୋଜନାରେ ସାମିଲ ପାଇଁ ଚିହ୍ନଟ

106

ରାଜ୍ୟର ୯୬ଦଶମିକ ୫ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୮ପ୍ରତିଶତ ପରିବାରକୁ ଇତିମଧ୍ୟରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସମିତି ପରିଚାଳନା ପରିଷଦ ବୈଠକରେ ସୂଚନା ଦିଆଯାଇଛି ।

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ଯୋଜନା ଯୋଗୁଁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ କିଭଳି ଖର୍ଚ୍ଚବହୁଳ ଘରୋଇ ଡାକ୍ତରଖାନା ଗୁଡ଼ିକରେ ମାଗଣାରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ଯୋଜନାରେ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.