ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ -୨୦୧ଟି ବୁଥ୍‍କୁ ସମ୍ବେଦନଶୀଳ,ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

0 84

ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି(ଶୁକ୍ରବାର ସେପ୍ଟେମ୍ବର ୩୦ରେ) ମତଦାନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ପୁଲିଙ୍ଗ୍‍ କର୍ମଚାରୀମାନେ ବୁଥ୍‍ ଗୁଡ଼ିକରେ ପହଞ୍ଚୁଥିବା ଜଣାପଡ଼ିଛି ।

ଏହି ଉପନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦୧ଟି ବୁଥ୍‍କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।


ସେଥିପାଇଁ ସମସ୍ତ ୩୪୮ଟି ବୁଥ୍‍ରେ ହ୍ୱିଲ୍‍ ଚେୟାର ଏବଂ ର‌୍ୟାମ୍ପ୍‍ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଘରୁ ବୁଥ୍‍ ପର୍ଯ୍ୟନ୍ତ ନେବା ଆଣିବା କରିବା ଲାଗି ସ୍ୱତନ୍ତ୍ର ଯାନ ମଧ୍ୟ ରଖାଯାଇଛି । ଭୋଟ୍‍ ପରିଚୟପତ୍ର ବ୍ୟତୀତ ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବୈଧ ଘୋଷଣା କରାଯାଇଥିବା ଅନ୍ୟ ୧୧ଟି ପ୍ରମାଣପତ୍ର ଦେଖାଇ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ।


ମତଦାନ ସମୟରେ କୋଭିଡ ନିୟମାବଳୀକୁ ଯଥାରୀତି ପାଳନ କରିବା ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ମାସ ୩ ତାରିଖରେ ଭୋଟ୍‍ ଗଣତି ହେବ ।
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ପ୍ରତିଷ୍ଠାନ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି ।

Leave A Reply