ଆସନ୍ତା ପହିଲାରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଅଫ୍‍ଲାଇନ୍‍ ପରୀକ୍ଷା -ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା

0 73

ଆସନ୍ତା ପହିଲାରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଅଫ୍‍ଲାଇନ୍‍ ପରୀକ୍ଷା ଅନୁଷ୍ଠିତ ହେବ । ବିକଳ୍ପ ମୂଲ୍ୟାୟନ ପଦ୍ଧତିକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଉଛନ୍ତି ।

ତେବେ ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ନିୟମାବଳୀ ଜାରି କରାଯାଇଛି । ତେବ ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ
ଦିଆଯାଇଛି । ପରୀକ୍ଷା କେନ୍ଦ୍ର ପ୍ରଶ୍ନପତ୍ର ଗଚ୍ଛିତ କକ୍ଷ ଏବଂ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ କ୍ୟାମେରା ଲଗାଇବାକୁ କୁହାଯାଇଛି ।

ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ପରିଷଦ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ୧୩ ହଜାରରୁ ଅଧିକ ଛାତ୍ରଛାତ୍ରୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ପରୀକ୍ଷା ଦେବେ । ମୋଟ ୧୮୫ଟି କେନ୍ଦ୍ରରେ ପରୀକ୍ଷା କରାଯିବ ।

Leave A Reply