କାଶ୍ମୀର ଆକ୍ରମଣ ନେଇ ସୁରକ୍ଷା ବୈଠକ ଆଜି, ବୈଠକରେ ସାମିଲ ହେବେ ଗୃହମନ୍ତ୍ରୀ, ଅଜିତ ଡୋଭାଲ, ପାକିସ୍ତାନ ବିରୋଧରେ କଡା ପଦକ୍ଷେପ ନିଆଯ଼ିବ

0 438

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରର ଫୁଲବାମାରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନିନ୍ଦା କରିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସହିଦ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସେ କହିଛନ୍ତି । ସହିଦ ଯବାନ ମାନଙ୍କ ପରିବାର ପଛରେ ସମଗ୍ର ଦେଶ ରହିଛି ବୋଲୁ ସେ କହିଛନ୍ତି ।

ଆଉ ଏକ ଟ୍ଵିଟ କରି ମୋଦି କହିଛନ୍ତି ଯେ ସେ ଏସଂପର୍କରେ ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କଙ୍କ ସହିତ କଥା ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଟ୍ଵିଟ କରିଛନ୍ତି ଯେ ଏହି ଆକ୍ରମଣ ଆତଙ୍କବାଦୀଙ୍କ ଏକ କାପୁରୁଷ ପଣିଆର ନିଦର୍ଶନ । ଦେଶ  ସହିଦ ଜବାନମାନଙ୍କୁ ସାଲ୍ୟୁଟ କରୁଛି । ଆତଙ୍କବାଦୀଙ୍କ ଏହି କାଣ୍ଡ ପାଇଁ ସେମାନଙ୍କୁ ଏପରି ଶିକ୍ଷା ଦିଆଯିବ ଯେ ସେମାନେ ତାହାକୁ ଭୁଲିପାରିବେ ନାହିଁ ।

ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାକୁ ନେଇ ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟିର ଏକ ଜରୁରୀ ବୈଠକ ଡକାଇଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ, ଅରୁଣ ଜେଟଲୀ, ସୁଷମା ସ୍ବରାଜ, ଏନଏସଏ ଅଜିତ ଡୋଭାଲ, ତିନି ସେନାମୁଖ୍ୟ ପ୍ରମୁଖ ଉପସ୍ଥିତ ରହିବେ । ଆଜି ସକାଳ 9ଟା 30ରେ ଏହି ବୈଠକ ଡକାଯାଇଛି  । ଏହି ବୈଠକରେ କେତେକ କଡା ପଦକ୍ଷେପ ନିଆଯ଼ିବାର ସମ୍ଭାବନା ରହିଛି  ।

 

ଜୈସ ଆତଙ୍କବାଦୀ ଆଦିଲ ମହମ୍ମଦ ଦର୍‌  କରିଥିଲା ଏହି ଆତ୍ମଘାତି ଆକ୍ରମଣ 

ଶ୍ରୀନଗର : ଆଜି ଜାମ୍ମୁ ଓ କାଶ୍ମୀରରେ ସିଆରପିଏଫ  ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସଂଖ୍ୟା 44 ରେ ପହଞ୍ଚିଥିବା ସୂଚନା ମିଳିଛି । ଜୈସ-ଇ-ମୁହମ୍ମଦ ସଂଗଠନର ଏକ ଶାଖା ସଂଗଠନ  ଜୈସ ଅଲ ଆଦିଲ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଜୈସ ଆତଙ୍କବାଦୀ  ଆଦିଲ ମହମ୍ମଦ ଦର ଏହି ଆତ୍ମଘାତି ଆକ୍ରମଣ ଘଟାଇଥିବା ଜଣାପଡିଛି । ସେ ନିଜେ କାରରେ ବିସ୍ଫେରକ ଖଞ୍ଜି ସିଆରପିଏଏଫ ବସକୁ ଉଡାଇଦେବା ସହ ଗୁଳି ଚଳାଇ ଆକ୍ରମଣ କରିଥିଲା । ଏହି ଆକ୍ରମଣର ଠିକ ପରେ ପରେ ଜୈସ ପକ୍ଷରୁ ଆଦିଲ ମହମ୍ମଦ ଦରର ଏକ ଭିଡିଓ ଜାରି କରି କରାଯାଇଥିଲା । ଏହି ଭିଡିଓରେ ସେ ରାଇଫଲ ଓ ଗ୍ରେନେଡ ଧରିଛି ଓ ତା ପଛରେ ଜୈସ-ଇ-ମହମ୍ମଦର ଏକ ବ୍ୟାନର ରହିଛି । ଅନ୍ୟପକ୍ଷରେ ଏହି ଘଟଣାରେ ୧୦୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିବା ଜୈସ ଦାବି କରିଛି ।

 

 

Leave A Reply