ସୀମା ପରିଚାଳନା ପାଇଁ ମହାକାଶ ଟେକ୍ନୋଲୋଜିର ବ୍ୟବହାର

0 531

ମହାକାଶ ଟେକ୍ନୋଲୋଜିକୁ ବ୍ୟବହାର କରି ସୀମା ପରିଚାଳନାରେ ସୁଧାର ଆଣିବା ଉଦେଶ୍ୟରେ କେନ୍ଦ୍ର ସରକାର ଯୁଗ୍ମସଚିବ (ସୀମା ପରିଚାଳନା)ଙ୍କ ନେତୃତ୍ୱରେ ବୋର୍ଡର ଗାର୍ଡିଂ ଫୋର୍ସ (BGF) ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ସଦସ୍ୟଙ୍କୁ ନେଇ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି ।

ଏହି ଟାସ୍କଫୋର୍ସ ନିଜର ରିପୋର୍ଟ ଚୂଡ଼ାନ୍ତ କରିବା ପୂର୍ବରୁ ବିଜିଏଫ୍, ଇସ୍ରୋ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିଥିଲା ।

ମହାକାଶ ଟେକ୍ନୋଲୋଜି ବ୍ୟବହାର ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ରର ସବିଶେଷ ତଥ୍ୟ ହେଲା:-

1. ଦ୍ୱୀପ ବିକାଶ ଓ ନିରାପତ୍ତା

2. ସୀମା ନୀରିକ୍ଷଣ

3. ଯୋଗାଯୋଗ ଓ ନେଭିଗେସନ୍

4. ଜିଆଇଏସ୍ ଓ ଅପରେସନ୍ ପ୍ଲାନିଂସିଷ୍ଟମ

5. ସୀମାଭିତ୍ତିଭୂମି ପରିଚାଳନା

ନୀରିକ୍ଷଣ, ଯୋଗାଯୋଗ ଓ ନେଭିଗେସନ କ୍ଷମତା ଦ୍ୱାରା ଆଭ୍ୟନ୍ତରୀଣ ଅଞ୍ଚଳରେ ସୀମା ଓ ଆନ୍ତର୍ଜାତିକ ସୁରକ୍ଷାବଳର ତଦାରଖ ଜରିଆରେଏହି ପ୍ରକଳ୍ପ ଦ୍ୱୀପ ଓ ସୀମା ସୁରକ୍ଷାକୁ ସୁଦୃଢ଼ କରିବ । ଏହା ସୀମା ଓ ଦ୍ୱୀପ ଭିତ୍ତିଭୂମି ବିକାଶ ପ୍ଲାନିଂ ଓ ପରିଚାଳନାରେ ମଧ୍ୟ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟକୁ ସହାୟକ ହେବ ।

ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ପ୍ରତ୍ୟୁତ୍ତରରେ ଏହି ସୂଚନା ଦେଇଛନ୍ତି ।

Leave A Reply