ଭାରତ-ପାକ ସୀମାରେ ବାଡ଼ ନିର୍ମାଣ

0 511

ଗୁଜରାଟରେ ଭାରତ-ପାକିସ୍ତାନ ସୀମାର ମୋଟ୍ ଲମ୍ବ ୫୦୮ କିଲୋମିଟର ରହିଛି, ସେଥି ମଧ୍ୟରୁ ୩୪୦ କିଲୋମିଟରରେ ବାଡ଼ ନିର୍ମାଣ ସମ୍ଭବ ପର । ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୮୦ କିଲୋମିଟରରେ ବାଡ଼ ନିର୍ମାଣ ଶେଷ ହୋଇଛି ଏବଂ ବଳକା ୬୦ କିଲୋମିଟର ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସୀମାର ଯେଉଁ ୧୬୮ କିଲୋମିଟରରେ ବାଡ଼ ନିର୍ମାଣ ସମ୍ଭବ ନୁହେଁ ତାହାକୁ ବିଏସ୍ଏଫ୍ ଦ୍ୱାରା ପାଟ୍ରୋଲିଂ, ଦିନରାତି ସର୍ଭେଲାନ୍ସ, ନାକାସ ବିଛାଇ ଏବଂ ଟେକ୍ନୋଲୋଜି ବ୍ୟବହାର କରି ଜଗାଯାଉଛି । ଏହି କ୍ଷେତ୍ରରେ ୨୦୧୫ ପରଠାରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଅନୁପ୍ରବେଶ ହୋଇ ନଥିବା ଜଣାପଡ଼ିଛି । ଏହି ଆନ୍ତର୍ଜାତିକ ସୀମାରେ ପାଟ୍ରୋଲିଂ, ନାକାସ ବିଛାଇ, ପୋଷ୍ଟରେ ଜଗୁଆଳୀ ନିୟୋଜନ ଭଳି ୨୪ ଘଂଟିଆ ସର୍ଭେଲାନ୍ସ ଦ୍ୱାରା ନିଷିଦ୍ଧ ପଣ୍ୟଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ସ୍ମଗଲିଙ୍ଗକୁ ରୋକା ଯାଇପାରିଛି ।

ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆଜି ଏକ ପ୍ରଶ୍ନର ଲିଖିତ ପ୍ରତ୍ୟୁତ୍ତରରେ ଏହି ସୂଚନା ଦେଇଛନ୍ତି ।

Leave A Reply