ଭାରତୀୟ ସମ୍ବିଧାନର ସପ୍ତମ ଅନୁଚ୍ଛେଦର ଧର୍ମ ଆଧାରରେ ନାଗରିକତ୍ୱ
ଭାରତୀୟ ସମ୍ବିଧାନର ସପ୍ତମ ଅନୁଚ୍ଛେଦର କେନ୍ଦ୍ର ବିଷୟ ସମ୍ବନ୍ଧୀୟ ତାଲିକାର ୧୭ ନମ୍ବର ସ୍ଥାନରେ “ନାଗରିକତ୍ୱ” ସଂପର୍କରେ ଉଲ୍ଲେଖ ରହିଛି । ନାଗରିକତ୍ୱ ସଂଶୋଧନ ବିଲ, ୨୦୧୬ ସଂସଦରେ ଆଗତ ହେବା ପୂର୍ବରୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ପ୍ରବାସୀ ଭାରତୀୟ ବ୍ୟାପାର ମନ୍ତ୍ରଣାଳୟ ଓ ସୁରକ୍ଷା ସଂସ୍ଥାଗୁଡ଼ିକ ସହିତ ଆଲୋଚନା ହୋଇଥିଲା । ସଂସଦ ଦ୍ୱାରା ଗଠିତ ଏକ ସଂଯୁକ୍ତ କମିଟିକୁ ଏହି ବିଲ ଅନୁଧ୍ୟାନ ପାଇଁ ପଠାଯାଇଛି । କମିଟି ବିଲ ଅନୁଧ୍ୟାନ କରିବା ସହ ଅଂଶୀଦାର (ଉତ୍ତର ପୂର୍ବ ରାଜ୍ୟ)ଙ୍କ ସହ ଆଲୋଚନା କରିଛନ୍ତି ।
କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ ନୁହେଁ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏହି ବିଲ୍ ଲାଗୁ ହେବ । ନାଗରିକତ୍ୱ (ସଂଶୋଧନ) ବିଲ, ୨୦୧୯ ମୁଖ୍ୟତଃ ୬ଟି ନିର୍ଦ୍ଦିଷ୍ଟ ସଂପ୍ରଦାୟ ଯଥା- ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନ ଯେଉଁମାନେ ଆଫଗାନିସ୍ତାନ, ପାକିସ୍ତାନ, ବଙ୍ଗଳାଦେଶର ପ୍ରବାସୀ ସେମାନଙ୍କୁ ଭାରତୀୟ ନାଗରିକତ୍ୱ ଗ୍ରହଣ କରିବାକୁ ସୁଯୋଗ ଦେବ । ତେବେ ଏସବୁ ଦେଶର ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଧର୍ମ ଆଧାରରେ ଦଣ୍ଡିତ କରିବା କିମ୍ବା ଦେଶରେ ଧାର୍ମିକ ନୀତିନିୟମ ଯୋଗୁଁ ଦଣ୍ଡିତ ହେବା ଆଶଙ୍କା କରି ସେମାନେ ଭାରତରେ ୩୧.୧୨.୨୦୧୪ ସୁଦ୍ଧା କିମ୍ବା ତା ପୂର୍ବରୁ ପ୍ରବେଶ କରିଥିବା ଦରକାର ।
କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ରାଜ୍ୟସଭାରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହା କହିଛନ୍ତି ।