ପୁରୀ/ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱ ଏସିଡିଟି (ଅମ୍ଳଦୋଷ) ଦିବସକୁ ଅତି ଚମତ୍କାର ଢଙ୍ଗରେ ପାଳନ କରାଯାଇଛି । ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅନନ୍ୟ ବାଲୁକା କଳା ଜରିଆରେ ଏହି ଦିବସକୁ ପାଳନ କରାଯାଇଛି । ଏହି ବାଲୁକା କଳା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏସିଡିଟିକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଲୋକମାନଙ୍କ ପରିବର୍ତିତ ଜୀବନଶୈଳୀ ଯୋଗୁଁ ଏସିଡିଟି ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ଦ୍ରୁତ ଜୀବନଶୈଳୀ, ଅସନ୍ତୁଳିତ ଆହାର ଏବଂ ଅନ୍ୟାନ୍ୟ କାରଣ ଲାଗି ଏସିଡିଟି ହୋଇଥାଏ ଯାହା ପରବର୍ତୀ ସମୟରେ ଅନେକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୁଏ ।
ଏସିଡିଟିର ଆବିସ୍କାର କରିଥିବା ଡକ୍ଟର ସୋରେନସେନଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ମନେ ପକାଇବା ଲାଗି ବିଶ୍ୱ ଏସିଡିଟି ଦିବସ ପାଳନ କରାଯାଉଛି । ଏସିଡିଟିକୁ ପରିପ୍ରକାଶ କରିବା ଲାଗି ସେ ପିଏଚ ସୂତ୍ର ବାହାର କରିଥିଲେ ।
ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ଏହେି ବାଲୁକା କଳା ହେଉଛି ଡକ୍ଟର ରେଡିସ୍, ୫୦,୦୦୦ରୁ ଅଧିକ ଡାକ୍ତର ଏବଂ ଆସୋସିଏସନ ଅଫ ପିଜିସିଆନ ଅଫ ଇଣ୍ଡିଆର ଏକ ମିଳିତ ପ୍ରୟାସ । ଏସିଡିଟି ମୁକ୍ତ ଜୀବନଶୈଳୀ କିଭଳି ଆନନ୍ଦଦାୟକ ତାହା ଏହି ବାଲୁକା କଳାରେ ପ୍ରତିଫଳିତ ହୋଇଛି । ଏସିଡିଟିକୁ ନେଇ ସମାଜରେ ଆଲୋଚନା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।
ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, “ଭାରତରେ ପ୍ରତ୍ୟେକ ଲୋକ ଏସିଡିଟିର ଅନୁଭବ କରିଛନ୍ତି ଏବଂ ତାହା ଦୈନନ୍ଦୀନ ଜୀବନକୁ ପ୍ରଭାବିତ କରିଥାଏ । ଏହା ଏକ ବଡ଼ ସମସ୍ୟା ହୋଇଥିଲେ ମଧ୍ୟ ତାହାକୁ ନେଇ ଏତେଟା ଚର୍ଚ୍ଚା ହେଉନାହିଁ । ପ୍ରଥମ ଥର ପାଇଁ ୨୦୨୪ ଜାନୁଆରି ୯ରେ ଆରମ୍ଭ କରାଯାଇଥିବା ବିଶ୍ୱ ଏସିଡିଟି ଦିବସକୁ ପାଳନ କରିବା ପରିପ୍ରେକ୍ଷୀରେ ପ୍ରସ୍ତୁତ ଏହି ଏସିଡିଟି ଚିହ୍ନ ସମାଜର ଏକ ବୃହତ ବର୍ଗର ଲୋକଙ୍କୁ ପ୍ରଭାବିତ କରିବ । ଏସିଡିଟିକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ଏହି ବାଲୁକା କଳାକୁ ପ୍ରସ୍ତୁତ କରାଯାଇଛି । ମୁଁ ଆଶା କରୁଛି ଯେ ପ୍ରତିଟି ଭାରତୀୟଙ୍କୁ ଏସିଡିଟି ବିଷୟରେ ଆଲୋଚନା କରିବା ଏବଂ ତାହାର ଉପଯୁକ୍ତ ମୁକାବିଲା କରିବା ଲାଗି ପଦକ୍ଷେପ ଗ୍ରହଣ କରିବାରେ ଏହା ସହାୟକ ହେବ । ମୁଁ ଭାରତର ପ୍ରତ୍ୟେକ ଲୋକଙ୍କୁ ଏକ ଏସିଡିଟି ମୁକ୍ତ ଜୀବନର ଶୁଭକାମନା ଜଣାଉଛି ।’’
Comments are closed, but trackbacks and pingbacks are open.