ଅଲଟିମେଟ ଖୋ ଖୋ ସିଜନ-୨: ବିଜୟ ସହ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି ଚେନ୍ନାଇ କ୍ୱିକ ଗନ୍ସ, ଓଡିଶା ଜଗରନଟ୍ସର ସହଜ ବିଜୟ

43

କଟକ,୯ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍ସ, ଗୁଜରାଟ ଜାଏଂଟ୍ସ ବିରୋଧରେ ୩୮-୨୧ ପଏଂଟର ବିଜୟ ସହ ଗ୍ରୁପ ପର୍ଯ୍ୟାୟ ଲିଗ ଶେଷ କରିଛି । ଏହି ବିଜୟ ସହ ଚେନ୍ନାଇ, ଓଡିଶାକୁ ପଛରେ ପକାଇ ପଏଂଟ ତାଲିକାର ଶୀର୍ଷରେ ପହଂଚିଛି । ଏହାପୂର୍ବରୁ ଓଡିଶା ଜଗରନଟ୍ସ, ମୁମ୍ବାଇ ଖିଲାଡିସକୁ ୩୪-୨୩ ପଏଂଟରେ ପରାଜିତ କରି ଚଳିତ ସିଜନରେ ନିଜର ଗ୍ରୁପ ଷ୍ଟେଜ କ୍ୟାମ୍ପେନ ଶେଷ କରିଛି । ଗ୍ରୁପ୍ ଷ୍ଟେଜ ଶେଷ ହେବା ପରେ ଏବେ ଆସନ୍ତା ଗୁରୁବାର ଓଡିଶା ଜଗରନଟ୍ସ ଓ ଗୁଜରାଟ ଜିଆଂଟ୍ସ ମଧ୍ୟରେ ୧ମ ସେମି ଫାଇନାଲ ଏବଂ ଚେନ୍ନାଇ କ୍ୱିକ ଗନ୍ସ ଓ ତେଲୁଗୁ ୟୋଦ୍ଧାସ ମଧ୍ୟରେ ୨ୟ ସେମି ଫାଇନାଲ ମ୍ୟାଚ ଖେଳାଯିବ ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବୃହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି ।  ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା ।  ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେଉଛି ।

ଆଜିର ଏହି ମ୍ୟାଚରେ ବିଜୟୀ ଦଳ ଚେନ୍ନାଇ କ୍ୱିକ ଗନ୍ସରେ ଅମିତ ପାଟିଲ, ମଦନ, ରାମଜୀ କଶ୍ୟ, ଲକ୍ଷ୍ମଣ ଗାୱାସ, ଆଦର୍ଶ ମୋହିତେ, ସଚିନ ଭର୍ଗୋ, ଜୋରା ସୁରଜ, ସୁରଜ ଲାଣ୍ଡେ, ଆଦିତ୍ୟ କୁଡାଲେ, ଦୁର୍ଭେଶ ସାଲୁଙ୍କେ, ଚନ୍ଦୁ ଚାଭରେ, ଆକାଶ କଦମ, ନରେନ୍ଦ୍ର କାଟକାଟେ, ମୁସ୍ତାଫା ବାଗୱାନ, ଅର୍ଜୁନ ସିଂ, ବିଜୟ ସିନ୍ଦେ, ଆଶିଷ ପଟେଲ, ଏମ ମୁଗିଲାନ, ଆକାଶ ବାଲିୟାନ, ସୁମନ ବର୍ମନ, ପବନ କୁମାର ଓ ଗିରି ଏସ ଆଦି ସାମିଲ ଥିଲେ । ସେହିପରି ଗୁଜୁରାଟ ଜାଏଂଟ୍ସ ଦଳରେ ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ, ବିଜେଶ କୁମାର ଏବଂ ହରିଶ ମହମ୍ମଦ ପ୍ରମୁଖ ସାମିଲ ଥିଲେ ।

Comments are closed, but trackbacks and pingbacks are open.