ଅଲଟିମେଟ ଖୋଖୋ ସିଜନ-୨ ସେମି ଫାଇନାଲରେ ଗୁଜରାଟ ଜିଆଂଟସକୁ ସାମ୍ନା କରିବ ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍ସ

124

କଟକ,୧୦ ଜାନୁଆରୀ ୨୦୨୪: ଆସନ୍ତାକାଲି (ଗୁରୁବାର) କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ପ୍ରଥମ ସେମି ଫାଇନାଲରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ, ଗୁଜରାଟ ଜିଆଂଟ୍ସ ବିରୋଧରେ ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିବ ବୋଲି ଆଶା କରାଯାଉଛି ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍‌ରେ ପରିଣତ ହୋଇଛି ।

ଓଡିଶା ଜଗରନଟ୍ସ ନିଜର ଶେଷ ୫ଟି ମ୍ୟାଚରେ ଅପରାଜିତ ରହିଥିବା ବେଳେ ସେଗୁଡିକ ମଧ୍ୟରୁ କିଛି ମ୍ୟାଚକୁ ଖୁବ ସହଜରେ ଜିତିବାକୁ ସକ୍ଷମ ହୋଇଛି । ଗତ ରବିବାର ତେଲୁଗୁ ୟୋଦ୍ଧାସ ବିରୋଧରେ ଦଳର ୩୫-୩୭ ପଏଂଟର ବିଜୟ ଖୁବ ପ୍ରଭାବଶାଳୀ ଥିଲା ।  ଚଳିତ ସିଜନର ଅନ୍ୟତମ ସର୍ବୋତମ ବଜିର- ଦୀପକ ସାହୁ, ଗୌଥମ ଏମକେ ଓ ଦିଲ୍ଲୀପ ଖାଣ୍ଡଭିଙ୍କ ଭଳି ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳ ପାଇଁ ଉନ୍ନତ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ନିକଟରେ ଉତ୍ସାହିତ ଘରୋଇ ସମର୍ଥକମାନଙ୍କ ସମ୍ମୁଖରେ ଖେଳିବାର ଲାଭ ରହିବ ଯାହା ସମସ୍ତ ସିଜନରେ ସମର୍ଥନର ଏକ ଚମତ୍କାର ଉତ୍ସ ରହିଆସିଛି ।

ତେବେ ଗୁଜରାଟ ଜିଆଂଟସରେ ସେମାନେ ଲିଗ୍ ପର୍ଯ୍ୟାୟଗୁଡିକରେ ଏଭଳି ଏକ ପ୍ରତିଦ୍ୱନ୍ଦୀର ସମ୍ମୁଖୀନ ହୋଇଥିଲେ ଯିଏ ତାଙ୍କୁ ଖୁବ ସହଜରେ ପରାଜିତ କରିଥିଲା । କିନ୍ତୁ ଗୁଜରାଟ ଜିଆଂଟ୍ସ ପରବର୍ତୀ ସମୟରେ ଏହାର ପ୍ରତିଶୋଧ ମଧ୍ୟ ନେଇଛି । ତେଣୁ ଓଡିଶା ଜଗରନଟ୍ସ ଆସନ୍ତା ଗୁରୁବାରର ପ୍ରତିଦ୍ୱନ୍ଦିତାରେ ନିଜର ପ୍ରତିଦ୍ୱନ୍ଦୀକୁ ନିଜଠାରୁ କମ ବିବେଚନା କରିବ ନାହିଁ ।

ଏସମ୍ପର୍କରେ ଓଡିଶା ଜଗରନଟ୍ସର କ୍ୟାପ୍ଟେନ ଦୀପେଶ ମୋରେ କହିଛନ୍ତି, ‘ଓଡିଶା ଜଗରନଟ୍ସ ଏକ ଭଲ ଟିମ ଅଟେ କିନ୍ତୁ ଆମେ ମଧ୍ୟ ଦୃଢ ନିଶ୍ଚିତ ଅଛୁ କାରଣ ଶେଷ ମ୍ୟାଚରେ ଆମେ ସେମାନଙ୍କୁ ପରାଜିତ କରିଥିଲୁ, ତେଣୁ ମୁଁ ଆଗାମୀ ମ୍ୟାଚକୁ ଅପେକ୍ଷା କରିଛି । ଆମେ ଦର୍ଶକଙ୍କ ସମର୍ଥନକୁ ନେଇ ଖୁବ ଖୁସି ଅନୁଭବ କରୁଛୁ ଏବଂ ଏହା ଆମର ଖେଳିବାର ଶୈଳୀକୁ ଅଧିକ ସୁବିଧାଜନକ କରୁଛି, ତେଣୁ ମୁଁ ଆମର ଘରୋଇ ପ୍ରଶଂସକମାନଙ୍କ ସମ୍ମୁଖରେ ଖେଳି ଅତ୍ୟଧିକ ଖୁସି ଅନୁଭବ କରୁଛି । ଆମେ କୌଣସି ଚାପ ନେଉନାହୁଁ, ଗୋଟିଏ ସମୟରେ କେବଳ ଗୋଟିଏ ପଦକ୍ଷେପ ବିଷୟରେ ଚିନ୍ତା କରୁଛୁ । ଆମର ପ୍ରଥମ ଲକ୍ଷ୍ୟ ହେଉଛି ସେମିଫାଇନାଲ ଜିତିବା ଏବଂ ପରେ ଆମେ ଫାଇନାଲ ବିଷୟରେ ଚିନ୍ତା କରିବୁ ।’

ତେବେ ଗୁଜରାଟ ଜିଆଂଟ୍ସକୁ ନିଜ ଫର୍ମ ସମ୍ପର୍କରେ ଅଧିକ ଚିନ୍ତା କରିବାକୁ ପଡିବ । ଟୁର୍ଣ୍ଣାମେଂଟର ପ୍ରଥମ ପର୍ଯ୍ୟାୟରେ ଅପରାଜିତ ମନେ ହେଉଥିବା ବେଳେ ସେମାନେ ଶେଷ ୫ଟି ମ୍ୟାଚ ମଧ୍ୟରୁ କେବଳ ଦୁଇଟିରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି । ସଙ୍କେତ କଦମ, ପି ନରସାୟ ଓ ରାଜବର୍ଦ୍ଧନ ପାଟିଲଙ୍କ ଭଳି ଖେଳାଳି ଖୁବ ପ୍ରଭାବଶାଳୀ ପ୍ରଦର୍ଶନ ଦେଇଆସିଛନ୍ତି, କିନ୍ତୁ ଫାଇନାଲରେ ପ୍ରବେଶ କରିବାକୁ ହେଲେ ସେମାନଙ୍କ ପାଇଁ ସମସ୍ତ ଦଳ ଏକାଠି ହୋଇ ମିଳିତ ଭାବେ ମ୍ୟାଚରେ ଯୋଗଦାନ ଦେବାର ଆବଶ୍ୟକତା ରହିଛି ।

ସେହିପରି ଗୁଜରାଟ ଜିଆଂଟ୍ସର କ୍ୟାପ୍ଟେନ ଅକ୍ଷୟ କହିଛନ୍ତି, ‘ଓଡିଶା ଜଗରନଟ୍ସ ଏକ ମଜଭୁତ ଦଳ ଅଟେ ଏବଂ ଏହା  ଏକ ହାଇ ଭୋଲଟେଜ ମ୍ୟାଚ ହେବ । ଆମେ ଆମର ପରବର୍ତୀ ମ୍ୟାଚ ପାଇଁ ରଣନୀତି ଉପରେ କାର୍ଯ୍ୟ କରୁଛୁ । ଆମେ ଦର୍ଶକଙ୍କ ବିରୋଧରେ ଖେଳିବା ପାଇଁ ପ୍ରସ୍ତୁତ ରହିଛୁ, ଆମେ ଜାଣିଛୁ ଯେ, ଆମେ ଦର୍ଶକଙ୍କ ବିରୋଧରେ ଖେଳିବୁ କିନ୍ତୁ ଆମେ ଆମର ସର୍ବୋତମ ପ୍ରଦର୍ଶନ ପ୍ରଦାନ କରିବୁ । ଆମେ ରିକଭରି ଓ ଟ୍ରେନିଂ ଉପରେ ଧ୍ୟାନ ଦେଉଛୁ, ଆମେ ଆମର ତ୍ରୁଟିଗୁଡିକ ଉପରେ କାର୍ଯ୍ୟ କରୁଛୁ ଏବଂ ଆମର ପ୍ରତିଦ୍ୱନ୍ଦୀ ଟିମଗୁଡିକ ଉପରେ ଭିଡିଓ ବିଶ୍ଳେଷଣ ମଧ୍ୟ କରୁଛୁ ।’

ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେଉଛି ।

Comments are closed, but trackbacks and pingbacks are open.