ଫନି ମାଡରେ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ନଷ୍ଟ

0 583

ଭୁବନେଶ୍ୱର,- ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ ଉ ପୁଡ଼ି ପଡ଼ିଛି । ସଂଗ୍ରହାଳୟ ଭିତର କର୍ମଶାଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ବ୍ଲକ୍‌, ଟିକେଟ୍‌ କାଉଣ୍ଟର, ପମ୍ପ ହାଉସ୍‌ ଆଦି ଭାଙ୍ଗିରୁଜି ଯାଇଥିବାରୁ ତୁରନ୍ତ ମରାମତି ଆବଶ୍ୟକ ହୋଇ ପଡ଼ିଛି । ଅନେକଗୁଡ଼ିଏ ବିଜୁଳି ଖୁଣ୍ଟ, ଲ୍ୟା ̧ ଲାଇଟ୍‌, ବାହାରେ ଥିବା ସୌନ୍ଦର୍ଯ୍ୟ ବର୍ଦ୍ଧକ ଆଲୋକୀକରଣ ବ୍ୟବସ୍ଥା ନଷ୍ଟ ହୋଇଯାଇଛି ।
ସଂଗ୍ରହାଳୟ ପରିସରରେ ଥିବା ହସ୍ତଶିଳ୍ପ କଳାକୃତି ଏବଂ ଜଳଉତ୍ସଗୁଡ଼ିକ ନଷ୍ଟ ହୋଇଥିବାରୁ ନିର୍ମାଣ, ମରାମତି ଓ ରକ୍ଷଣାବେକ୍ଷଣ ଜରୁରୀ ହୋଇ ପଡ଼ିଛି । ପ୍ରାୟ ୩୫ଟି କବାଟ ଓ ଝରକା ସଂ ପୂର୍ଣ୍ଣ ଭାଙ୍ଗିଯାଇଛି । ପ୍ରାଥମିକ ଆକଳନ ଅନୁଯାୟୀ କୋଠାବାଡ଼ି ବାବଦରେ ପ୍ରାୟ ୭୦ ଲକ୍ଷ ଏବଂ ଅନ୍ୟାନ୍ୟ କ୍ଷତି ପ୍ରାୟ ୩୦ ଲକ୍ଷକୁ ମିଶାଇ ସମୁଦାୟ ୧ କୋଟି ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛି । ତେବେ ବିଦ୍ୟୁତ ସରବରାହ ସ୍ୱାଭାବିକ ହେବା ପରେ ଏହି ସଂଗ୍ରହାଳୟକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଛି ।

Leave A Reply