ଡ୍ରୋନ କ୍ୟାମେରାରେ ଠାବ ହେଲେ ହରିଣ, ବାଲୁଖଣ୍ଡ ଅଭୟାରଣ୍ୟରେ ଦେଖାଦେଲେ ହରିଣ

0 1,409

ପୁରୀ . – ପ୍ରକୃତିକ ଦୁର୍ବି ପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ବାଲୁଖଣ୍ଡ  ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ହରିଣ ଥିଲେ । ଏଥି ପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ନିଜସ୍ୱ ବିଶେଷ ଆକର୍ଷଣ ରହିଥିଲା । ଫନୀ ପ୍ରଳୟଙ୍କରୀ ବାତ୍ୟା ପରେ ହରିଣମାନଙ୍କର କୌଣସି ଖୋଜଖବର ନଥିଲା । ଏଥି ପାଇଁ ବନବିଭାଗ ଆଶା ଆଶଙ୍କା ମଧ୍ୟରେ ଥିଲା । ଖୁସିର କଥା ବାତ୍ୟା ଛାଡ଼ିବାର ୪/୫ ଦିନ ପରେ ହରିଣଗୁଡ଼ିକ ଗୋଟିଏ ଗୋଟିଏ ହୋଇ ତାଙ୍କର ପୂର୍ବସ୍ଥାନକୁ ଫେରି ଆସୁଛନ୍ତି । ଅଭୟାରଣ୍ୟ ମଧ୍ୟରେ କୌଣସି ହରିଣଙ୍କର ମୃତାହତ ଖବର ନଜରକୁ ମଧ୍ୟ ଆସିନଥିଲା । ବନବିଭାଗ ଚିନ୍ତିତ ଥିଲା ହରିଣମାନେ ଗଲେ କୁଆଡ଼େ । ଏଥି ପାଇଁ ଟିମ୍‌ ଗଠନ କରି ନିକଟବର୍ତ୍ତୀ ଜଙ୍ଗଲରେ ଖୋଜା ଚାଲିଥିଲା । କିନ୍ତୁ ହରିଣଙ୍କର ସନ୍ଧାନ ମିଳିନଥିଲା । ଇତି ମଧ୍ୟରେ ବନବିଭାଗ ତରଫରୁ ଡ୍ରୋନ୍‌ କ୍ୟାମେରା ସହାୟତାରେ ଅଭୟାରଣ୍ୟ ମଧ୍ୟରେ ହରିଣ ଠାବ କରାଯାଇଛି। ହରିଣମାନେ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର ପୂର୍ବ ବାସସ୍ଥାନକୁ ଫେରି ଆସିଛନ୍ତି । ବନବିଭାଗ ଏବଂ ବନ୍ୟେ ପ୍ରମୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି । ପୂର୍ବରୁ କଥିତ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବାର ଅନ୍ତ…ର୍ନିହିତ ଶକ୍ତି ରହିଛି ।

Leave A Reply