କାରଗିଲ୍ ଯୁଦ୍ଧରେ ଅନେକ ଓଡିଆ ପୁଅ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଭଦ୍ରକ ନିରଞ୍ଜନ ବେହେରା ଓ ଗଞ୍ଜାମର ଉମାକାନ୍ତ ପଟ୍ଟନାୟକ ଅନ୍ୟତମ । ଯୁବକ ଅବସ୍ଥାରେ ମାତ୍ର ୧୯ ବର୍ଷ ବୟସରେ ଉମାକାନ୍ତ ଦେଶ ପାଇଁ ସହିଦ ହୋଇଥିଲେ ।
ଭଦ୍ରକ ଚାନ୍ଦବାଲିର ନିରଞ୍ଜନ ବି ଯୁବକ ଅବସ୍ଥାରେ ଦେଶମାତୃକାର ସେବାରେ ନିଜ ପ୍ରାଣ ବଳି ଦେଇଥିଲେ । ଶତ୍ରୁପକ୍ଷକୁ କଡା ଜବାବ ଦେବାପରେ ସହିଦ ହୋଇଥିଲେ । ଏଥିପାଇଁ ସାରା ଓଡିଶା ଗର୍ବ ଅନୁଭବ କରୁଛି ।
ସେହପରି ଉମାକାନ୍ତ ୧୯୯୯ ମସିହାରେ ହିଁ ସେନା ବାହିନୀରେ ଯୋଗ ଦେଇଥିଲେ । ସେ ଟ୍ୟାଙ୍କର ଡ୍ରାଇଭର ଥିଲେ । ଶତ୍ରୁପକ୍ଷକୁ ବୀରତ୍ୱର ସହ ସାମ୍ନା କରିବା ସହ ଦେଶ ମାତୃକା ପାଇଁ ସହିଦ ହୋଇଥିଲେ । ଏହି ବୀର ଯବାନମାନଙ୍କୁ ସଲାମ୍ , ଜୟ ହିନ୍ଦ