୨୪ ଫେବ୍ରୁଆରିରୀ ହୃଦଘାତରେ ବଲିଉଡ୍ର ଚାନ୍ଦନୀ ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଛି ।
ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ବନି କାପୁର ଓ କନ୍ୟା ଖୁସୀ ଉପସ୍ଥିତ ଥିଲେ। ସେ ଦୁବାଇରେ ମୋହିତ ମରୁହାଙ୍କ ବିବାହଭୋଜିରେ ଯୋଗଦେବାକୁ ଯିବା ଅବସରରେ ଶ୍ରୀଦେବୀଙ୍କର ଦେବାନ୍ତ ହୋଇଛି ।
ଅଭିିନୟ ଜୀବନ…..
ପ୍ରଥମେ ୧୯୭୫ ମସିହାରେରେ ‘ଜୁଲି’ ଫିଲ୍ମରେ ଏକ ଶିଶୁ କଳାକାର ହିସାବରେ ଅଭିନୟ ଆରମ୍ଭକରିଥିଲେ । ପରେ ୧୯୭୬ରେ ୧୩ ବର୍ଷ ବୟସରେ ତାମିଲ ଫିଲ୍ମ ‘ମୁନ୍ଦାରୁ ମୁଦିଚୁ’ରେ ମଖ୍ୟ ନାୟିକା ଭାବେ କାମ କରିଥିଲେ । ସେ ହିନ୍ଦୀ ଫିଲ୍ମରେ ନାୟିକା ଭାବେ ୧୯୭୯ରେ ’ଶୋଲୱା ସାଲ’ ମାଧ୍ୟମରେ ପ୍ରବେଶ କରିଥିଲେ ।
ଶ୍ରୀ ଆମ୍ମା ୟାଙ୍ଗର ଆୟପ୍ପାନ ନାମରେ ପରିଚିତ ଏହି ଅଭିନେତ୍ରୀ ଫିଲ୍ମ ଜଗତରେ ଶ୍ରୀଦେବୀ ନାମରେ ପ୍ରସିଦ୍ଧ ଥିଲେ । ୧୩ ଅଗଷ୍ଟ ୧୯୬୩ରେ ସେ ତାମିଲନାଡୁରେ ଜନ୍ଳ ଗ୍ରହଣ କରିଥିଲେ । ହିନ୍ଦୀ ଫିଲ୍ମରେ ଅଭିନୟ ଆରମ୍ଭ କରିବା ପୂର୍ବରୁ ସେ ତାମିଲ,ତେଲୁଗୁ,ମାଲୟାଲମ ଏବଂ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି ।
୧୯୮୩ରେ ରିଲିଜ୍ ହୋଇଥିବା ‘ହିମ୍ମତଓ୍ଵାଲା’ରେ ଜିତେନ୍ଦ୍ରଙ୍କ ବିପକ୍ଷରେ ନାୟିକା ସାଜି ଶ୍ରୀଦେବୀ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ଏହାପରେ ଶ୍ରୀଦେବୀଙ୍କୁ ଜିତେନ୍ଦ୍ର,ରାଜେଶ ଖାନ୍ନା,ଅମିତାଭ ବଚ୍ଚନ,ମିଥୁନ ଚକ୍ରବର୍ତ୍ତୀ,ସଂଜୟ ଦତ୍ତ,ଅନୀଲ କପୁର,ଜ୍ୟାକି ଶ୍ରଫ୍,ବିନୋଦ ଖାନ୍ନା,ସନ୍ନି ଦେଓଲ ,ଋଷି କପୁର,ରଜନୀକାନ୍ତ ପ୍ରମୁଖ ଜଣାଶୁଣା ନାୟକଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ। ତାଙ୍କର କେତେକ ଉଲ୍ଲେଖନୀୟ ସିନେମା ହେଲା-ହିମ୍ମତଓ୍ଵାଲା,ତୋହଫା,ଜଷ୍ଟିସ ଚୌଧୁରୀ,ମଓ୍ଵାଲି,ଖୁଦାଗବାହ,ଚାଲବାଜ୍,ଲମହେ,ନଗୀନା, ମିଷ୍ଟର ଇଣ୍ଡିଆ ଓ ଜୁଦାଇ ଆଦି। ଭାରତ ସରକାର ଶ୍ରୀଦେବୀଙ୍କୁ ୨୦୧୩ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ସେ ଲମ୍ହେ,ଚାଲବାଜ୍ ,ନଗୀନା ଓ ମିଷ୍ଟର ଇଣ୍ଡିଆ ଭଳି ହିନ୍ଦୀ ସିନେମାରେ ଉଚ୍ଚକୋଟିର ଅଭିନୟ ଲାଗି ଫିଲ୍ମ ଫେ
ଆର୍ ଆଓ୍ଵାର୍ଡ଼ ଲାଭ କରିଥିଲେ।
ମିଥୁନଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା
ମିଥୁନଙ୍କ ସହ ଶ୍ରୀଦେବୀ ପରେ ‘ଗୁରୁ’ଫିଲ୍ମରେ କାମ କରିଥିଲେ।ଗାୟକ କିଶୋର କୁମାରଙ୍କ ପୂର୍ବପତ୍ନୀ ଯୋଗିତା ବାଲିଙ୍କୁ ବିବାହ କରି ସାରିଥବା କୁହାଯାଏ । ଶ୍ରୀଦେବୀଙ୍କୁ ମିଥୁନ୍ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଯୋଗିତାଙ୍କୁ ଛାଡ଼ପତ୍ର ଦେଇ ତାଙ୍କୁ ବିବାହ କରିବେ,ହେଲେ ସେଭଳି କିଛି କରି ନ ଥିଲେ ମିଥୁନ୍। ଏଥିରେ ବ୍ୟଥିତ ଓ ଉତ୍କ୍ଷିପ୍ତ ହୋଇ ଶ୍ରୀଦେବୀ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଠାରୁ ଦୂରେଇ ଯାଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା।ଏହାପରେ୧୯୯୬ରେ ଶ୍ରୀଦେବୀ ପ୍ରଯୋଜକ ବୋନି କପୁର୍ଙ୍କୁ ବିବାହ କରିଥିଲେ।
ଚିତ୍ରକାର ଭାବେ ଜଣାଶୁଣା
ଶ୍ରୀଦେବୀ ଅନେକ ବର୍ଷ ଧରି ୨୦୧୦ରେ ଇଣ୍ଟରନେସନାଲ୍ ଆର୍ଚି ହାଉସ୍ ପକ୍ଷରୁ ତାଙ୍କୁ ପେଣ୍ଟିଂର ନିଲାମି ପାଇଁ ଆପ୍ରୋଚ୍ କରାଯାଇଥିଲା। କିନ୍ତୁ ସେତେବେଳେ ସେ ରାଜି ହୋଇ ନ ଥିଲେ।
ସୋନମ କପୁରଙ୍କର ଦୁବାଇବାରେ ଅନେକ ଫ୍ୟାନ୍ ଥିବା ହେତୁ ଶ୍ରୀଦେବୀ ଦୁବାଇରେ ନିଜର ପେଣ୍ଟିଂର ନିଲାମି କରିବାକୁ ରାଜି ହୋଇଥିଲେ। ତେବେ ମାଇକେଲ୍ ଜାକସନଙ୍କ ପେଣ୍ଟିଂ ଶ୍ରୀଦେବୀଙ୍କର ସବୁଠୁଁ ପ୍ରିୟ ଥିଲା