ଶ୍ରୀନଗର(ଓଡିଶାନେକ୍ସଟ୍) ଜମ୍ମୁ କଶ୍ମୀରରେ ଏବେ ଜଣେ ଓଡିଆ ଆପିଏସ୍ ଅଧିକାରୀ ନିଜର ଭଲକାମ ଯୋଗୁଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ପୁଲିସ ଅଧିକାରୀ ଜଣଙ୍କ ହେଲେ ସେଠାରେ ନୂଆକରି ନିଯୁକ୍ତି ପାଇଥିବା ଆଇଜି(ଟ୍ରାଫିକ) ବସନ୍ତ ରଥ । ଏକ ଗରିବ ପରିବାରରେ ବସନ୍ତ ଜନ୍ମ ହୋଇଥିଲେ । ମାତ୍ର ଭଲ ପାଠ ପଢି ଶେଷରେ ଆଇପିଏସ୍ ପାଇଥିଲେ। ଜମ୍ମୁ କଶ୍ମୀରେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ସାଧାରଣ ଲୋଙ୍କର ବିଶ୍ୱାସ ଭାଜନ ହୋଇ ପାରିଛନ୍ତି । ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା ପୁଲିସ ଅଧିକାରୀ ବି ତାଙ୍କ ନଜରରୁ ବର୍ତ୍ତି ପାରି ନାହାନ୍ତି । ନିଜେ ଛିଡା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି । କେବଳ ସେତିକି ନୁହେଁ ସେ ସମସ୍ତଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ପରାମର୍ଶ ବି ଦେଉଛନ୍ତି । ୯୦ ଦିନ ମଧ୍ୟରେ ସେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବେ ବୋଲି ଯୋଜନା କରିଛନ୍ତି ।