ପାଟଣାଗଡ଼ (ବଲାଙ୍ଗୀର) : ବାହାଘରରେ ମିଳିଥିବା ଉପହାର ଆଣିଛି ମୃତ୍ୟୁ । ଏକ ପାର୍ସଲ ବୋମାକୁ କେହି ଜଣ ଦୁର୍ବୃତ୍ତ ଏମାନଙ୍କୁ ମାରିବା ଉଦ୍ୟେଶରେ ପଠାଇଥିଲା । ଆଉ ସିଏ ବି ସଫଳ ହୋଇଛି । ବଲାଙ୍ଗୀର ପାଟଣା ଗଡରେ ପାରସ୍ଲ ବୋମା ବିସ୍ପୋରଣରେ ନବବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କର ଜେଜେମା ଜେନାମଣୀ ସାହୁଙ୍କର ମୃତ୍ୟୁ ହୋଇଛି । ଏଥିରେ ନବ ବଧୂ ରିମା ସାହୁ ଗୁରୁତର ହୋଇଛନ୍ତି । ଗୁରୁତର ରିମାଙ୍କୁ ପ୍ରଥମେ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।
ଫେବ୍ରୁଆରୀ ୧୮ ତାରିଖରେ ସୈାମ୍ୟଙ୍କର ବାହାଘର ହୋଇଥିଲା । ଘରୁବନ୍ଧଉ ବାନ୍ଧବ ଯିବାପରେ ସେ ୨୩ ତାରିଖରେ ମିଳିଥିବା ଉପହାର ସବୁକୁ ଖୋଲିଥିଲେ । ଏଥିରେ ଏକ ପାର୍ସଲ ବିସ୍ପୋରଣ ହୋଇଥିଲା । ଘରର କାନ୍ଥ ବି ଏହି ବିସ୍ପୋରଣରେ ଫାଟିଯାଇଥିଲା । ପାଖ ପଡୋଶୀ ଧାଇଁ ଆସିଥିଲେ। ଗୁରୁତର ଅବସ୍ଥାରେ ଏମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତ କରିଥିଲେ। ଏଥିରେ ଗୁରୁତର ହୋଇଥିବା ସୌମ୍ୟ ଓ ତାଙ୍କର ଜେଜେମାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୁଲିସ ଏବେ ଘଟଣାର ତଦନ୍ତ କରୁଛି ।