ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ-ଜାନୁଆରୀ ୨୧ ତାରିଖରୁ କୋଭିଡ୍‍ ରିପୋର୍ଟ କଟକଣା ହଟାଇ ଦିଆଯାଇଛି

0 1,051

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଚି। ବଡ ଠାକୁରଙ୍କ ଦର୍ଶନ ନପାଇ କାଳିଆ ଦୁଆରୁ ଭକ୍ତ ଆଉ ମନ ଦୁଃଖରେ ଫେରିବନି। ଆସନ୍ତା ଜାନୁଆରୀ ୨୧ ତାରିଖରୁ କୋଭିଡ୍‍ ରିପୋର୍ଟ କଟକଣା ହଟାଇ ଦିଆଯାଇଛି। ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍‍ କୁମାର ସୂଚନା ଦେଇଛନ୍ତି।

ଏବେ ଦର୍ଶନ ପାଇଁ କୋଭିଡ୍‍ ନେଗେଟିଭ୍‍ ରିକୋର୍ଟ ଦରକାର ପଡୁଛି। କୋଭିଡ୍‍ ସାର୍ଟିଫିକେଟ୍‍ ନ ଥିବାରୁ ଅନେକ ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରି ନପାରି ଫେରୁଥିଲେ। ଡକ୍ଟର କ୍ରିଷନ କୁମାର କହିଛନ୍ତି, ୨୧ ତାରିଖ ସକାଳ ୭ଟା ଠାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ମିଳିବ। ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ଏଥିପାଇଁ ନୂଆନୀତି ନିର୍ଦ୍ଧାରଣ କରାଯାଇଛି। ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ। ଅନ୍ୟ ସମୟରେ ଚାହିଁଲେ ଧାଡିରେ ଆସି ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ।

ସେ କହିଲେ, ବୟସ୍କମାନଙ୍କ ଦର୍ଶନ ଲାଗି ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ସାନିଟାଇଜ୍‍ କରିବାକୁ ଥିବାରୁ ଏଥିଲାଗି ପ୍ରତି ରବିବାର ଦର୍ଶନ ବନ୍ଦ ରଖାଯିବ। ଫେବୃଆରୀ ୨୧ ଯାଏଁ ଏହି ନିୟମ ଲାଗୁ କରାଯାଇଛି। ପୂର୍ବଭଳି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାକୁ ଅନୁମତି ଦିଆଯିବ ନାହିଁ। ତେବେ ଅନ୍ୟ କୌଣସି କଟକଣା କୋହଳ କରାଯାଇ ନାହିଁ। ପୂର୍ବପରି ସମସ୍ତ କଟକଣା ଜାରୀ ରହିବ।

Leave A Reply