୨୦୧୯-୨୦ ଆର୍ଥିକ ବର୍ଷପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ସେମାନଙ୍କର ସମ୍ପତ୍ତି ତାଲିକା ଦେଇଛନ୍ତି

0 1,834

୨୦୧୯-୨୦ ଆର୍ଥିକ ବର୍ଷପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ସେମାନଙ୍କର ସମ୍ପତ୍ତି ତାଲିକା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ମିଶି ପ୍ରାୟ ୬୪ କୋଟି ୯୮ ଲକ୍ଷ ୧୯ ହଜାର ୭୬୪ ଟଙ୍କା । ସି.ଏମ୍‍.ଓ. ୱେବ୍‌ ସାଇଟ୍‌ରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଛି ।

ସେହିପରି ମନ୍ତ୍ରୀ ଅରୁଣ ସାହୁଙ୍କର ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା, ଅଶୋକ ପଣ୍ଡାଙ୍କର ୮ କୋଟି ୩୪ ଲକ୍ଷ ୪୮ ହଜାର, ତୁଷାରକାନ୍ତୀ ବେହେରାଙ୍କର ୩୨ ଲକ୍ଷ ୩୩ ହଜାର ୪୭୧, ସୁଶାନ୍ତ ସିଂହଙ୍କର ୪ କୋଟି ୯୩ ଲକ୍ଷ ୯୪ ହଜାର, ସୁଦାମ ମାରାଣ୍ଡିଙ୍କର ୨ କୋଟି ୬୧ ଲକ୍ଷ ୧୮ ହଜାର ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‍ଙ୍କ ୪ କୋଟି ୭୮ ଲକ୍ଷ ୪୭ ହଜାର, ଦିବ୍ୟଶଙ୍କର ମିଶ୍ରଙ୍କର ୭ କୋଟି ୩୧ ଲକ୍ଷ ୭୬ ହଜାର, ନିରଞ୍ଜନ ପୂଜାରୀଙ୍କର ୪ କୋଟି ୩୪ ଲକ୍ଷ ୬୫ ହଜାର ଟଙ୍କା ଥିବା ଜଣାପଡ଼ିଛି ।

Leave A Reply