ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ମେଣ୍ଟ
ରାଞ୍ଚି – ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଏଥର ମେଣ୍ଟ କରିଛନ୍ତି । ବିଜେପିକୁ ମୁକାବିଲା କରିବା ପାଇଁ ଏହି ଦୁଇ ଦଳ ମେଣ୍ଟ କରିଛନ୍ତି ।
ଏବେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ୪୩ଟି ଆସନରେ ଓ କଂଗ୍ରେସ ୩୧ ଆସନରେ ଓ ଆରଜେଡି ୭ ନିର୍ବାଚନ ଲଢିବ । ଏଥିପାଇଁ ଦୁଇ ଦଳ ବୁଝାମଣା କରିଛନ୍ତି । ଏହାର ଘୋଷଣା ଖୁବ ଶୀଘ୍ର କରାଯିବ । ଆର୍ଜେଡି ମଧ୍ୟ ଏହି ଦୁଇ ଦଳ ସହ ମିଶିକରି ନିର୍ବାଚନ ଲଢିବ ।
ବିଜେପି ସରକାରଙ୍କ ବିରୋଧର ସମସ୍ତେ ମିଳିତ ଭାବେ ଲଢିବେ ବୋଲି କହିଛନ୍ତି ।