ନୂଆଦିଲ୍ଲୀ – ୨୦୨୦ ଜାନୁଆରୀ ୫ ତାରିଖରେ ଝାରଖଣ୍ଡ ନିର୍ବାଚନର କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ନଭେମ୍ବର ୩୦ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ୫ ଟି ପର୍ଯ୍ୟାୟରେ ଝାରଖଣ୍ଡ ନିର୍ବାଚନ ଅନୁଷ୍ଠିତ ହେବ ।
ନକ୍ଲ ପ୍ରବଣ ଜିଲ୍ଲାମାନଙ୍କରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ନଭେମ୍ବର ୩୦ ତାରିଖରେ ୧୩ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ଝାରଖଣ୍ଡର ୧୯ଟି ଜିଲ୍ଲାକୁ ସମ୍ବେଦନଶୀଳ ଓ ୧୩ଟି ଜିଲ୍ଲାକୁ ଅତି ସମ୍ବେଦନଶୀଳ ଜିଲ୍ଲା ଭାବେ ଘୋଷଣା କରାଯାଇଛି । ଏହି ଜିଲ୍ଲାମାନଙ୍କରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏଠାରେ ଅର୍ଦ୍ଧସାମିରିକ ବାହିନୀର ଯବାନମାନଙ୍କୁ ସୁରକ୍ଷା ବ୍ୟବସ୍ଥାରେ ମୁତୟନ କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୩ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି, ତୃତୀୟ ପର୍ଯ୍ୟାୟରେ ୧୭ଟି, ୪ର୍ଥ ପର୍ଯ୍ୟାୟରେ ୧୫ଟି ଓ ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ ।