ଭଗବାନ ଶିବଙ୍କୁ ପ୍ରସନ୍ନ କରାଇବା ପାଇଁ କରନ୍ତୁ ଏହି କାମ
ଭୁବନେଶ୍ୱର: ଶିବ ପୁରାଣ ଅନୁସାରେ ଶିବ ଭଗବାନଙ୍କ ଇଚ୍ଛାରେ ଏହି ସଂପୂର୍ଣ ସୃଷ୍ଟିର ରଚନା ବ୍ରହ୍ମା କରିଛନ୍ତି ଏବଂ ଏହାର ପାଳନ ଭଗବାନ ବିଷ୍ଣୁ କରୁଛନ୍ତି । ଏଥିପାଇଁ ଶିବ ଭଗବାନଙ୍କ ପୂଜାରେ ବଡ ବଡ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ । ସୋମବାର ଶିବ ଭଗବାନଙ୍କ ପୂଜାର ଶ୍ରେଷ୍ଠ ଦିନ ବୋଲି କୁହାଯାଇଥାଏ । ଏଠାରେ ଜାଣନ୍ତୁ ଉଜୈନର ଇନ୍ଦ୍ରେଶ୍ୱର ମହାଦେବ ମନ୍ଦିରର ପୂଜାରୀ ପଣ୍ଡିତ ସୁନିଲ ନାଗରଙ୍କ କହିବା ଅନୁସାରେ ଶିବ ଭଗବାନଙ୍କୁ ଏହି ଉପାୟରେ ଉପାସନା କରାଯାଇ ପାରିବ । ଏଥି ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ପ୍ରତ୍ୟେକ ସୋମବାର କଲେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇପାରିବ ।
-ଯଦି କୌଣସି ବ୍ୟକ୍ତିର ବିବାହରେ ବାଧା ସୃଷ୍ଟି ହେଉଛି, ତା’ହେଲେ ଶିବଲିଙ୍ଗରେ କେଶର ମିଶାଇ କ୍ଷୀର ଢାଲନ୍ତୁ । ମା’ ପାର୍ବତୀଙ୍କୁ ମଧ୍ୟ ପୂଜା କରନ୍ତୁ । ମାଛ ମାନଙ୍କୁ ଅଟାର ଗୋଳି କରି ଖାଇବାକୁ ଦିଅନ୍ତୁ । ଏହି ସମୟରେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ଏହି ଉପାୟ ସୋମବାର ଠାରୁ ଆରମ୍ଭ କରନ୍ତୁ ଏବଂ ଏହା ପରେ ସବୁ ଦିନେ କରନ୍ତୁ । ଏଥିରେ ଖରାପ ସମୟ ଦୂର ହୋଇଥାଏ ।
-୨୧ଟି ବେଲପତ୍ର ଉପରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଶିବଲିଙ୍ଗ ଉପରେ ଚଢାନ୍ତୁ । ଏଥିରେ ଶିବ ଭଗବାନଙ୍କ କୃପା ମିଳିଥାଏ ।
-ଶିବ ଭଗବାନଙ୍କ ବାହାନ ନନ୍ଦୀ ଅର୍ଥାତ ଗାଇକୁ ଘାସ ଖାଇବାକୁ ଦିଅନ୍ତୁ । ଏଥିରେ ଜୀବନରେ ସୁଖ-ସମୃଦ୍ଧି ବଢିଥାଏ ଓ ସମସ୍ୟା ଦୂର ହୋଇଥାଏ ।
-ନିଜର ସାମର୍ଥ୍ୟ ଅନୁସାରେ ଗରିବ ମାନଙ୍କୁ ଖାଇବାକୁ ଦିଅନ୍ତୁ । ଆପଣଙ୍କ ଘରେ କେବେ ଅନ୍ନର ଅଭାବ ରହିବ ନାହିଁ । ଏହି କାମ କଲେ ପିତୃ ପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିବ ।
-ତମ୍ବାର ପାତ୍ରରେ ପାଣି ନେଇ ଏଥିରେ କଳା ରାଶି ମିଶାନ୍ତୁ ଏବଂ ଶିବଲିଙ୍ଗରେ ଚଢାନ୍ତୁ । ଓଁ ନମଃ ଶିବାୟ ମନ୍ତ୍ର ଜପ କଲେ ଶନିର ଦୋଷ ଦୂର ହୋଇଥାଏ ।
-ଘରେ ପାରଦର ଶିବଲିଙ୍ଗ ଆଣି ପୂଜା କରନ୍ତୁ । ଏଭଳି କାମ କରିବା ଦ୍ୱାରା ଆପଣଙ୍କର ରୋଜଗାର ବଢିପାରେ ।
ସେହିଭଳି ଅଟାରେ ୧୧ଟି ଶିବଲିଙ୍ଗ ପ୍ରସ୍ତୁତ କରନ୍ତୁ । ୧୧ ଥର ଏହାର ଜଳାଭିଷେକ କରନ୍ତୁ । ଏହି ଉପାୟରେ ସନ୍ତାନ ପ୍ରାପ୍ତି ଯୋଗ ହୋଇଥାଏ ।
-ଶିବଲିଙ୍ଗରେ ଶୁଦ୍ଧ ଘିଅ ଢାଳନ୍ତୁ । ତା’ପରେ ଜଳ ଚଢାନ୍ତୁ । ଏହି କାମରେ ଶିବ ସନ୍ତୁଷ୍ଟ ହୋଇ ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାନ୍ତି ।
– ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ସଂଧ୍ୟାରେ ମନ୍ଦିରରେ ୧୧ଟି ଘିଅର ଦୀପ ଜଳାନ୍ତୁ ।