ବାବା ଅମରନାଥ: ଏଠାରେ ମା’ ପାର୍ବତୀଙ୍କୁ ଅମରତ୍ୱର କାହାଣୀ ଶୁଣାଇ ଥିଲେ ଭଗବାନ ଶିବ
ନୂଆଦିଲ୍ଲୀ: ଆକାଶକୁ ଛୁଉଁଲା ଭଳି ଦେଖାଯାଉଥିବା ଦେବଦାରୁ ଗଛ, କୁଲୁ କୁଲୁ ବହୁଥିବା ନଦୀ, ବରଫରେ ଢାଙ୍କି ହୋଇଥିବା ଶିଖର, ଗ୍ଳୋସିୟର ତଳୁ ବାହାରି ଥିବା ପତଳା ଜଳଧାରା ଯାହା କାହାକୁ ବି ମୋହିତ କରିପାରିବ । ସେଠାରେ ଥିବା ସଂକୀର୍ଣ୍ଣ ପଥୁରିଆ ରାସ୍ତା ଓ ଏହାର ତଳେ ଗଭୀର ଘାଇ, ଯାହା ଡରାଏ କମ ରୋମାଂଚକର ବହୁତ ଲାଗିଥାଏ । ଏହି ପ୍ରକାର ପ୍ରାକୃତିକ ସ୍ଥାନ ଭରପୁର ଭରି ରହିଥିବା କୌଣସି ଯାତ୍ରା ବା ସ୍ଥାନ ଅଛି, ତାହା ହେଉଛି କେବଳ ସମୁଦ୍ରତଳରୁ ପ୍ରାୟ ୩୮୮୮ମିଟର ଉପରେ ଥିବା ଶ୍ରୀ ଅମରନାଥର ପବିତ୍ର ଗୁମ୍ଫା ।
ଏହା ସେହି ପୌରାଣିକ ଗୁମ୍ଫା ଅଟେ, ଯେଉଁଠି ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଅମରତ୍ୱର କାହାଣୀ ଶୁଣାଇଥିଲେ । କହାଣୀ ଶୁଣି ଶୁଣି ଦେବୀ ପାର୍ବତୀ ଶୋଇପଡିଥିଲେ ଓ ପାରା ଗୋଟିଏ ଯୋଡି ଏହି କଥାକୁ ଶୁଣି ଅମରତ୍ୱ ପ୍ରାପ୍ତି କରିଥିଲେ । ସବୁ ବର୍ଷ ପରି ଶ୍ରାବଣ ମାସରେ ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାକୁ ହିମଲିଙ୍ଗ ସ୍ୱରୁପ ବିରାଜମାନ ଥିବା ଶିବ ପାର୍ବତୀ ଓ ଭଗବାନ ଗଣେଶଙ୍କର ଦର୍ଶନ ପାଇଁ ଆସିଥାନ୍ତି ।
ଜୁଲାଇ ୧ରୁ ଅମରନାଥ ଯାତ୍ରା:
ଭଗବାନ ଅମରେଶ୍ୱରଙ୍କର ପବିତ୍ର ଗୁମ୍ଫାର ବାର୍ଷିକ ତୀର୍ଥଯାତ୍ରା ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ତୀର୍ଥଯାତ୍ରର ମୁଖ୍ୟ ଦୁଇଟି ଆଧାର ଶିବିର ବାଲ୍ଟାଲ ଓ ପହଲଗାମ ଅଟେ । ବାଲ୍ଟାଲ ଶ୍ରୀନଗର-ଲେହ ଜାତୀୟ ରାଜପଥ ଜୋଜିଲା ଦର୍ରେର ଦମନରେ ଅଛି, ପହଲଗାମ ଦକ୍ଷିଣ କାଶ୍ମୀରରେ ଲିଦ୍ଦର କୂଳରେ ଥିବା ଗୋଟଏ ଗାଁ । ବାଲ୍ଟାଲ ଠାରୁ ପ୍ରାୟ ୧୪ କିମ ଯାତ୍ରା କରି ପବିତ୍ର ଗୁମ୍ଫା ଯାଇପାରିବେ ।ଏହି ରାସ୍ତା ବହୁତ କଠିନ ଅଟେ ।
ଅମରନାଥ ଯାତ୍ରାର ମହତ୍ୱ:
ପହଲଗାମରୁ ପବିତ୍ର ଗୁମ୍ଫାର ଦୁରତା ୪୮ କିମି ଅଟେ କିନ୍ତୁ ପୌରାଣିକ ମାନ୍ୟତା ଅନୁସାରେ ଯଦି ତୀର୍ଥଯାତ୍ରାର ବିଧାନ ଓ ପୂର୍ଣ୍ୟ ପ୍ରାପ୍ତ କରିବେ, ତେବେ ଏହି ମାର୍ଗ ଅନୁସରଣ କରିବା ଦରକାର । ଭଗବାନ ଶିବ ଯେତେବେଳେ ଅମରତ୍ୱର କଥା ଶୁଣାଇବା ପାଇଁ ଅମରେଶ୍ୱର ଗୁମ୍ଫାରେ ପହଚିଂଥିଲେ, ସେତେବେଳେ ସେ ସେହି ମାର୍ଗରେ ଯାତ୍ରା କରି ରାସ୍ତାରେ ନିଜର ସାଥୀମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ଛାଡିଥିଲେ । ପହଲଗାମରେ ସେ ନିଜର ଭଉଣୀ ନନ୍ଦୀଙ୍କୁ ଛାଡିଥିଲେ । ଏହାର ପାଖରେ ୧୬ କିମି ଦୂରରେ ଚନ୍ଦନବାଡି ଅଛି । ଏଠାକୁ ଲୋକମାନେ ବାହାନରେ ବି ଆସିପାରିବେ ଓ ଚାଲିଚାଲି ମଧ୍ୟ ଆସିପାରିବେ । ଏଠାରେ ଭଗବାନ ଶିବ ନିଜର କପାଳରୁ ଚନ୍ଦ୍ରମା ଖୋଲି ଥିଲେ ଓ ଆଗକୁ ଯାଇଥିଲେ । ଚନ୍ଦନବଡୀରେ ଦେବଦାରୁ ଗଛର ଧାଡ଼ି ଏମିତି ଲାଗିଥାଏ ଯେ ଯେପରି କେହି ଜଣେ ଧଳା ଚାଦର ଘୋଡାଇଛି । ପହଲଗାମରୁ ଛଡି ମୁବାରକ ଯାଇସାରିଲା ପରେ ଏଠାରେ ରାତିରେ ବିଶ୍ରାମ କରନ୍ତି ।