ହାଇଦ୍ରାବାଦ – କେନ୍ଦ୍ର ବଜେଟ୍ ଛପା ପୂର୍ବରୁ ହାଲଓ୍ୱା ସେରିମନି ହୋଇଥାଏ । ଏଥିରେ ବଡ କଡେଇରେ ହାଲଓ୍ୱା ପ୍ରସ୍ତୁତ କରାଯାଇଥାଏ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଏଥି ସହ ସାମିଲ ଥିବା ସମସ୍ତ ଅଧିକାରୀ ଉପସ୍ଥିତ ଥାଆନ୍ତି ।
ଚଳିତ ବର୍ଷ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ । କେନ୍ଦ୍ରମନ୍ତ୍ରୀ ନିର୍ମଳାସୀତାରମଣଙ୍କ ଉପସ୍ଥିତିରେ ହାଲଓ୍ୱା ସେରିମନି ହୋଇଥିଲା । ଏହାକୁ ନେଇ ଏଆଇଏମ୍ଏମ୍ ସାସଂଦ ଅସାଦୁଦ୍ଦିନୀ ଓବେସୀ ସମାଲୋଚନା କରିଛନ୍ତି । ହାଲଓ୍ୱା ଏକ ଆରବି ଶଦ୍ଦ । ଏହାକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଦେବେକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ହାଲଓ୍ୱା ନୁହନ୍ତି ନାଲି ଲଙ୍କା ବୋଲି ନିଜକୁ କହିଛନ୍ତି ।