ହାଲଓ୍ୱା ସେରିମନି ସହ ଆରମ୍ଭ ହୋଇଛି ୨୦୨୦ ବଜେଟ୍‌ ଛପା

0 6,830

ନୂଆଦିଲ୍ଲୀ – ଦେଶର ବଜେଟ ମୁଦ୍ରଣ ବା ଛପା ପୂର୍ବରୁ ପରମ୍ପରା ଅନୁସାରେ ହାଲଓ୍ୱା ସେରିମନି କରାଯାଇଥାଏ । କୌଣସି ଶୁଭ କାର୍ଯ୍ୟରେ ମିଠା ଖାଇବାର ଭାରତୀୟ ପରମ୍ପରା ଥିବାରୁ ପ୍ରଥମେ ମିଠା ବା ହାଲଓ୍ୱା ପ୍ରସ୍ତୁତ କରାଯାଇଥାଏ । ଏକ ବଡ କଡେଇର ହାଲଓ୍ୱା ପ୍ରସ୍ତୁତ କରାଯାଏ ।ଏହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅନ୍ୟମାନଙ୍କୁ ପରଷି ଥାଆନ୍ତି ।

ଚଳିତ ଥର ବଜେଟ ମୁଦ୍ରଣ ହାଲଓ୍ୱା ପ୍ରସ୍ତୁତିରୁ ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରଣ ତଥା ଅନ୍ୟ ବରିଷ୍ଟ ପଦାଧିକାରୀଙ୍କ ଉପସ୍ଥିତିରେ ହାଲଓ୍ୱା ସେରିମେନି ପାଳନ କରାଯାଇଥିଲା ।

ହାଲଓ୍ପା ସେରିମନି ପରେ କେନ୍ଦ୍ର ବଜେଟ୍‌ ଛପା ଆରମ୍ଭ ହୋଇଥାଏ। ଏଥିରେ ସାମିଲ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଦୁନିଆଠାରୁ ଅଲଗା ରହିଥାଆନ୍ତି । ବଜେଟ୍‌ ଉପସ୍ଥାପନା ପର୍ଯ୍ୟନ୍ତ ଏମାନେ ସେହିଠାରେ ଦୁନିଆଁଠାରୁ ଅଲଗା ରହିଥାଆନ୍ତି ।

Leave A Reply