ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଆଉ ଯାଇପାରିବନି ଗାଡି ମଟର
ପୁରୀ . – ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଶ୍ରୀମନ୍ଦିର ନିକଟକୁ ଆଉ କୌଣସି ଗାଡି ମଟର ଯାଇ ପାରିବ ନାହିଁ । ଏନେ ନେଇ ବଡ ଦାଣ୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀମନ୍ଦିରରୁ ରାଜା ନଅର ପର୍ଯ୍ୟନ୍ତ ସ୍ଥାନକୁ ନୋ ପାର୍କିଂ ଜୋନ୍ ଘୋଣୋ କରାଯାଇଛି ।
ବୁଧବାରରେ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମେ ବଡଦାଣ୍ଡରେ ଥିବା ଉଠାଦୋକାନୀଙ୍କୁ ହଟାଯାଇଥିଲା । ପରେ ଶ୍ରୀମନ୍ଦିରରୁ ରାଜା ନଅରଯାଏଁ ଜବରଦଖଲ କରିଥିବା ଦୋକାନକୁ ପୁଲିସ ହଟାଇଥିଲେ । ତେବେ ଶ୍ରୀମନ୍ଦିର ସୁରକ୍ଷା ଏବଂ ଭକ୍ତଙ୍କ ସୁବିଧା ପାଇଁ ଏହି
ନିଷ୍ପତ୍ତି ନିଆଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଶ୍ରୀମନ୍ଦିର ନିକଟରେ ବର୍ଷ ତମାମ ଭକ୍ତଙ୍କ ଭିଡ ରହିଥାଏ । ଭକ୍ତଙ୍କ ଯାତାୟତକୁ ଆହୁରି ସୁବିଧା କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।