ନିଜେ ବିଷପାନ କରି ସଂସାରକୁ ରକ୍ଷା କରିଥିଲେ ମହାଦେବ

0 2,744

ଭୁବନେଶ୍ୱର: ଦେବ ଦେବ ମହାଦେବ ମୋକ୍ଷର ଦେବତା ଅଟନ୍ତି । ତାଙ୍କୁ ଆରଧାନା କରି ମନୁଷ୍ୟ ନିଜର ମନସ୍କାମନ ପୂର୍ଣ୍ଣ କରିଥାଏ । ଏଥି ସହିତ ତାଙ୍କର କୃପାରୁ ସେ ଏହି ସଂସାର ରୁପୀ ଭବ ସାଗରକୁ ପାରି ହୋଇଯାଇଥାଏ । ଶରୀରରେ ଭସ୍ମ ଓ ମଥାରେ ଚନ୍ଦ୍ର ଧାରଣ କରୁଥିବା ଭଗବାନ ଶିବ ସ୍ୱୟଂ ମହାକାଳ ଅଟନ୍ତି । ସୋମବାରରେ ତାଙ୍କର ଆରଧାନା କଲେ ବ୍ୟକ୍ତିର ମନୋକାମନା ପୁର୍ଣ୍ଣ ହୋଇଥାଏ ବୋଲି ଆଧ୍ୟାତ୍ମିକ ବିଶ୍ୱାସ ରହିଛି ।

ଭଗବାନ ଶିବ ସବୁ ଦେବତା ମାନଙ୍କ ଠାରୁ ଭିନ୍ନ ଓ ବିରଳ ଅଟନ୍ତି । ତାଙ୍କର ବେଶ-ପୋଶାକ, ଗଳାରେ ସାପ, ମସ୍ତକରେ ଚନ୍ଦ୍ରମା, ଜଟାରେ ଗଙ୍ଗା, ହାତରେ ତ୍ରିଶୁଳ ଓ ଡମ୍ବରୁ । ଏହି ସବୁର ଗୋଟିଏ ଲେଖାଏଁ ପ୍ରତୀକ ।

ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ବିଷ ବାହାରୁଥିଲା, ସେତେବେଳେ ଭଗବାନ ଶିବ ସେହି ବିଷକୁ ପିଇ ସମଗ୍ର ସଂସାରକୁ ରକ୍ଷା କରିଥିଲେ । ସେହି ବିଷର ତାପ ଅଧିକ ଥିଲା, ଯାହାକୁ ଶାନ୍ତ କରିବା ପାଇଁ ଭଗବାନ ଶିବ ନିଜର ଶରୀର ଭସ୍ମ ଲଗାଇଥାନ୍ତି । ଭସ୍ମର ଲେପରେ ତାଙ୍କର ଶରୀର ଶିତଳ ରହିଥାଏ ।

କେମିତି ପ୍ରସ୍ତୁତ ହୋଇଥାଏ ଭଗବାନ ଶିବଙ୍କ ପାଇଁ ଭସ୍ମ –
ଗୋବରରକୁ ଜାଳି ତା’ର ଖାର ପ୍ରସ୍ତୁତ କରାଯାଇଥାଏ । ପୁଣି ସେହି ଖାରକୁ ଥଣ୍ଡା କରି ସେଥିରେ କଂଚା କ୍ଷୀର, ମହୁ ଓ ଦହି ମିଶାଯାଇଥାଏ । ଏଥିରେ ସେହି ଖାର ଶୀତଳ ହୋଇଯାଏ । ଯେତେବେଳେ ସେହି ଖାରକୁ ଶରୀରରେ ଲଗାନ୍ତି ତ ତାହା ଅତ୍ୟନ୍ତ ଶୀତଳତା ପ୍ରଦାନ କରିଥାଏ । ଭଗବାନ ଶିବଙ୍କ ଶରୀରରେ ଏହି ଭସ୍ମର ଲେପ ଲଗାଯାଇଥାଏ ।

ଶ୍ମଶାନର ପାଉଁଶ ମଧ୍ୟ ଲଗାନ୍ତି ଭଗବାନ ଶିବ-
ଭଗବାନ ଶିବ ସ୍ୱୟଂ କାଳର ଦେବତା ଅଟନ୍ତି, ସେଥିପାଇଁ ତ ଆମେ ତାଙ୍କୁ ମହାକାଳ କହିଥାଉ, ସେ ଶ୍ମଶାନବାସୀ ମଧ୍ୟ ଅଟନ୍ତି । ସେ ନିଜର ଶରୀରରେ ଶବକୁ ଜଳାଇବା ପରେ ରହିଯାଇଥିବା ପାଉଁଶକୁ ମଧ୍ୟ ନିଜ ଶରୀରରେ ଧାରଣ କରନ୍ତି । ମୃତ୍ୟୁ ପରେ ଶରୀର ପବିତ୍ର ହୋଇଯାଏ, ସେଥିରେ କାମ, କ୍ରୋଧ, ଲୋଭ, ମୋହ କିଛି ରହିନଥାଏ । ସେହି ଶବକୁ ଜଳାଇବା ପରେ ସେ ପାଉଁଶ ତ ପବିତ୍ର ହୋଇଥିବ । ଏମିତି ମାନ୍ୟତା ରହିଛି ଯେ ଭଗବାନ ଶିବ ସେହି ପବିତ୍ର ପାଉଁଶକୁ ନିଜର ଶରୀରରେ ଲଗାଇ ଆତ୍ମା ସହିତ ନିଜକୁ ଯୋଡିଥାନ୍ତି ।

ଶିବଙ୍କ ନଗରୀ କାଶୀରେ ମିଳିଥାଏ ମୋକ୍ଷ-
ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ଶବଙ୍କ ନଗରୀ କାଶୀରେ ଯିଏ ନିଜର ପ୍ରାଣ ତ୍ୟାଗ କରିଥାଏ ଓ ତାହାର ଶବ ସଂସ୍କାର ହୋଇଥାଏ, ତାକୁ ମୋକ୍ଷ ମିଳିଥାଏ । ଭଗବାନ ଶିବ ସେହି ମୃତ ବ୍ୟକ୍ତିଙ୍କ ଡାହାଣ କାନରେ ମୋକ୍ଷ ପାଇବାର ମନ୍ତ୍ର ଉଚ୍ଚାରଣ କରନ୍ତି, ଯେଉଁଥିରେ ତାକୁ ମୋକ୍ଷ ପାପ୍ତି ହୋଇଥାଏ ।

Leave A Reply