ପ୍ରାଚୀନ କାଳରେ ମୁନି ଋଷିମାନେ ଅନେକ ସାର ଗର୍ଭକ ବସ୍ତୁ ଓ ମନ୍ତ୍ର ଭାରତୀୟ ସମାଜକୁ ଉପହାର ସ୍ୱରୂପ ଦେଇଛନ୍ତି । ଯୋଗ ଏବେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ବୈଜ୍ଞାନିକ ଗବେଷଣାରେ ଏହା ଶରୀର, ମନ ଓ ମସ୍ତିଷ୍କ ଉପରେ ସକରାତ୍ମକ ତଥା ଅତି ଭଲ ପ୍ରଭାବ ପକାଉଥିବା ପ୍ରମାଣିତ ହୋଇ ପାରିଛି । ସେହି ପରି ଆର୍ୟୁବେଦ ଆଉ ଏକ ଅନନ୍ୟ ଅବଦାନ । ଅନେକ ରୋଗ ଓ ରୋଗ ପ୍ରତିହତ କରିବାପାଇଁ ଶକ୍ତି ବିକଶିତ ହୋଇ ପାରୁଛି । ଅନ୍ୟ ଜିନିଷଟି ହେଲା ମନ୍ତ୍ର ଏହା ହେଉଛି ଧ୍ୱନୀ ତରଙ୍ଗ। ବିଭିନ୍ନ ମନ୍ତ୍ରର ବିଭିନ୍ନ ପ୍ରଭାବ ରହିଛି । ଭଲ କାମ ପାଇଁ ଏହାକୁ ବ୍ୟବହାର କରାଗଲେ ଏହା ଅତି ଭଲ ପ୍ରଭାବ ପକାଇବ ।
ଶିବଙ୍କର ମନ୍ତ୍ର- ଶିବ ହେଉଛନ୍ତି ସଂହାର କର୍ତ୍ତା । ତେବେ ଭକ୍ତଙ୍କୁ ସବୁବେଳେ ଉଦ୍ଧାର କରିଥାଆନ୍ତି । ଏହି ପଞ୍ଚାକ୍ଷରୀ ମନ୍ତ୍ର ଜପ କଲେ ରୋଗ , ଶୋକ, ଭୟରୁ ମୁକ୍ତି ମିଳିଥାଏ । ନିଶ୍ଚୟ ଆପଣ ଏହାର ସକରାତ୍ମକ ପ୍ରଭାବକୁ ଅନୁଭବ କରି ପାରିବେ ।
“ ଓଁ ନମଃ ଶିବାୟ” ଏହି ଶିବ ପଞ୍ଚାକ୍ଷରୀର ଚମତ୍କାରୀ ଶକ୍ତି ରହିଛି ।
ସମସ୍ତ ମନ୍ତ୍ର ଆରମ୍ଭରୁ ଓମ୍ର ବ୍ୟବହାର କରାଯାଏ । ଏହା ସବୁଠାରୁ ଶକ୍ତିଶାୱୀ ଧ୍ୱନୀ
ନମଃ ଶିବାୟର ଅର୍ଥ
ନ ର ଅର୍ଥ ପୃଥିବୀ ତତ୍ତ୍ୱ
ମର ଅର୍ଥ ଜଳ ତତ୍ତ୍ୱ
ଶି ର ଅର୍ଥ ଅଗ୍ନି ତତ୍ତ୍ୱ
ବା ରଅର୍ଥ ବାୟୁ ତତ୍ତ୍ୱ
ୟ ର ଅର୍ଥ ଆକାଶ ତତ୍ତ୍ୱ
ଧୀର ସ୍ଥିର ଭାବେ ନିରବିଚ୍ଛିନ ଏହି ମନ୍ତ୍ର ଜପ କରନ୍ତୁ ଅବଶ୍ୟ ସୁଫଳ ପାଇବେ ଓଁ ନମଃ ଶିବାୟ