ପଞ୍ଜିକୃତ ଶ୍ରମିକମାନେ ଦୁର୍ଘଟଣା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ୧ ଲକ୍ଷ ଟଙ୍କାର ସ୍ଥାୟୀ ଅକ୍ଷମତା ବୀମା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା

0 87

ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ଲାଗି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୨୬ ତାରିଖରୁ ଆରମ୍ଭ କରାଯାଇଥିବା ଇ-ଶ୍ରମ ପୋର୍ଟାଲ୍‍ରେ ପଞ୍ଜୀକରଣରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ।

ସର୍ବାଧିକ ପଞ୍ଜୀକରଣ ହୋଇଥିବା ଶ୍ରେଷ୍ଠ ୧୬ଟି ରାଜ୍ୟ ମଧ୍ୟରୁ ବିହାର ପ୍ରଥମ ସ୍ଥାନରେ ରହିଥିବାବେଳେ ଓଡ଼ିଶା ୨୧ ଲକ୍ଷ ଅଣସ୍ତରି ହଜାର ୫୫୪ ଜଣ ଶ୍ରମିକ ପଞ୍ଜିକୃତ କରି ଦ୍ୱିତୀୟ ସ୍ଥାନରେ ରହିଛି । ଏହି ପୋର୍ଟାଲ୍‍ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୩ ଲକ୍ଷ ୧୨ ହଜାର ୯୫ ଜଣ ଶ୍ରମିକ ପଞ୍ଜୀକରଣ କରିସାରିଛନ୍ତି । ସେଥିମଧ୍ୟରୁ ୪୩ ପ୍ରତିଶତ ମହିଳା ଏବଂ ୫୭ ପ୍ରତିଶତ ପୁରୁଷ ଥିବା ଜଣାଯାଇଛି । ପଞ୍ଜିକୃତ ଶ୍ରମିକମାନେ ଦୁର୍ଘଟଣା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ୧ ଲକ୍ଷ ଟଙ୍କାର ସ୍ଥାୟୀ ଅକ୍ଷମତା ବୀମା
ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply