କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ – ସି.ବି.ଏସ୍.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ସେମିଷ୍ଟାର ପରୀକ୍ଷା ଆସନ୍ତା ନଭେମ୍ବରରେ ହେବା ନେଇ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷାରେ ପ୍ରତ୍ୟେକ ବିଷୟ ପାଇଁ ସମୟ ଅବଧି ୯୦ ମିନିଟ୍ ରହିବ । ଅତି ସଂକ୍ଷିପ୍ତମୂଳକ ପ୍ରଶ୍ନ ଆଧାରରେ ପରୀକ୍ଷା ହେବ ।
ସୂଚନାଯୋଗ୍ୟ, ପୂର୍ବରୁ ଦଶମ ଓ ଦ୍ୱାଦଶରେ ଦୁଇଟି ସେମିଷ୍ଟାର ଆଧାରରେ ପରୀକ୍ଷା ହେବ ବୋଲି ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଥିଲା ।