ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରାଯିବ । ଏନେଇ ଏ.ଆଇ.ସି.ଟି.ଇ. ପକ୍ଷରୁ ସୂଚନା ଦିଆଯାଇଛି । ଏଥିଲାଗି ଓଡ଼ିଆ ଭାଷା ଓ ଗବେଷଣା ସଂସ୍ଥାର ତତ୍ତ୍ୱାବଧାନରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ ।
ତେବେ ଇଞ୍ଜିନିୟରିଂ ଶବ୍ଦଗୁଡ଼ିକରେ ବିଶେଷ ପରିବର୍ତ୍ତନ କରା ନ ଯାଇ କେବଳ ସରଳ ଭାଷାରେ ତାହାକୁ ଅନୁବାଦ କରାଯିବ । ସୂଚନାଯୋଗ୍ୟ, ଆଞ୍ଚଳିକ ଭାଷାରେ
ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ନୂଆ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି ।