ଲକଡାଉନ୍ ସମୟରେ EPFO ପକ୍ଷରୁ ବଡ ଆଶ୍ୱସ୍ତି; ଇପିଏଫ୍ ଜମା ନିୟମାବଳୀ ହେଲା କୋହଳ

0 1,547

ନୂଆଦିଲ୍ଲୀ – ଲକ୍‌ଡାଉନ୍‌ ସମୟରେ କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ରେ ବିଳମ୍ବରେ ଜମା ଇପିଏଫ ଏବଂ ଏମ୍‌ପି ଆକ୍ଟ ଅଧିନିୟମ ଅଧୀନରେ ଥିବା ପ୍ରତିଷ୍ଠାନଗୁଡିକ ପାଇଁ ନିୟମାବଳୀକୁ କୋହଳ କରାଯାଇଛି। ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ନିୟାମକ ପ୍ରାଧିକରଣ ଲକ୍‌ଡାଉନ୍‌ ସମୟରେ ଦେୟ PF ଜମା କରିବାରେ ବିଳମ୍ବ ଯୋଗୁଁ ଜରିମାନା ଆଦାୟ ନ କରିବା ପାଇଁ ଘୋଷଣା କରିଛି ।EPF & MP Act, 1952 ଅଧୀନରେ ଆସୁଥିବା ସଂସ୍ଥାଗୁଡିକ ଦୀର୍ଘ ଦିନ ଧରି ଲକ୍ଡାଉନ୍ ଯୋଗୁଁ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବାରେ ଅସମର୍ଥ ଏବଂ ସମୟାନୁବର୍ତ୍ତୀ ଭାବେ ଜମା ଟଙ୍କା ପ୍ରଦାନ କରିବାରେ ଅସମର୍ଥ ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏ ବାବଦରେ ଏକ ପ୍ରେସ ବିବୃତ୍ତି ଜାରି କରି କହିଛି ଯେ ଲକଡାଉନ୍ ସମୟରେ ଠିକ୍ ସମୟରେ ପିଏଫ୍‌ ଜମା କରିବାରେ ପ୍ରତିଷ୍ଠାନଗୁଡିକ ସମ୍ମୁଖୀନ ହେଉଥିବା ଅସୁବିଧାକୁ ବିଚାରକୁ ନେଇ ଇପିଏଫ୍ ନିଷ୍ପତ୍ତି ନେଇଛି ଯେ କାର୍ଯ୍ୟକ୍ଷମ ହେତୁ ଏପରି ବିଳମ୍ବ ଯୋଗୁଁ ଏହାକୁ ଡିଫ୍ଟଲ୍ଟ ଭାବେ ଗ୍ରହଣ କରାଯିବା ନାହିଁ କି କୌଣସି ଦଣ୍ଡବିଧାନ ଓ ଜୋରିମାନା ଆଦାୟ କରାଯିବ ନାହିଁ ।

ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଏହାର ଉପଭୋକ୍ତାମାନେ ୩ ମାସର ବେସିକ ସାଲାରି କିମ୍ବା ଇପିଏଫ୍‌ର ୭୫ ପ୍ରତିଶତ ।ଯାହା କମ୍‌ ଥିବା ତାକୁ ଉଠାଇ ପାରିବେ । ଏହି ଇଫିଏଫ୍‌ ଆକାଉଣ୍ଟ ଗୁଡିକୁ ଟିଡିଏସ୍‌ ଓ ଅନ୍ୟାନ କର ବା ଟ୍ୟାକ୍ସରୁ ଛାଡ କରାଯିବ ।

Leave A Reply